ପ୍ରିକ୍ୱାର୍ଟର୍‌ରେ ବୋପାନ୍ନା-ବାବୋସ

Advertisment

ପେସ୍‌-ରାଜା ବିଦା

ପେସ୍‌-ରାଜା ବିଦା

ପ୍ରିକ୍ୱାର୍ଟର୍‌ରେ ବୋପାନ୍ନା-ବାବୋସ

Indian tennis player Rohan Bopanna returns a ball during a practice session at Ellis Park Indoor Arena, in Johannesburg on September 16, 2009 ahead of the Davis Cup World Group, 2009 -The three-day tie, starting in Johannesburg on September 18, 2009, will lift the winner into the elite 16-nation World Group. AFP PHOTO / ALEXANDER JOE

ମେଲ୍‌ବର୍ନ: ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଏବଂ ତାଙ୍କ ହଙ୍ଗେରୀ ସାଥୀ ତିମିଆ ବାବୋସ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳ ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଭାରତ-ହଙ୍ଗେରି ଯୋଡ଼ି ରବିବାର ମ୍ୟାଚ୍‌ରେ ଏଲିିନ୍‌ ପିରେଜ୍‌ ଓ ଆଣ୍ଡ୍ରିଉ ହ୍ଵିଟିଂଟନ୍‌ଙ୍କୁ ୬-୨, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ରେ ବୋପାନ୍ନା-ବାବୋସ୍‌ ଅଷ୍ଟ୍ରେଲୀୟ ଯୋଡ଼ି ଭାନିଆ କିଙ୍ଗ୍‌ ଓ ଫ୍ରାଙ୍କୋ ସ୍କୁଗରଙ୍କୁ ଭେଟିବେ। ତେବେ ପୁରୁଷ ଯୁଗଳ ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ରୁ ଭାରତୀୟ ଯୋଡ଼ି ଲିଆଣ୍ଡର ପେସ୍‌ ଏବଂ ପୂରବ ରାଜା ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ ଏକାଦଶ ମାନ୍ୟତା କଲିମ୍ବିଆ ଯୋଡ଼ି ଜୁଆନ୍‌ ସେବାସ୍ତିଆନ୍‌ କାବାଲ ଓ ରୋବର୍ଟ ଫାରାଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe