ଆଡିଲେଡ୍: ପ୍ରଥମ ଥର ଲାଗି ଏକାଠି ଏଟିପି ଟୁର୍ ପ୍ରତିେଯାଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଯୋଡ଼ି ରୋହନ ବୋପାନ୍ନା ଓ ରାମକୁମାର ରାମନାଥନ ଆଡିଲେଡ୍ ଇଣ୍ଟରନ୍ୟାସ୍ନାଲ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍ରେ ଏହି ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ୭-୬ (୬) ଓ ୬-୧ ସିଧାସଳଖ ସେଟ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ରାଜିଲ ଯୋଡ଼ି ଇଭାନ ଡୋଡିଗ୍ ଓ ମାର୍ସିଲୋ ମେଲୋଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ବୋପାନ୍ନା ଓ ରାମକୁମାରଙ୍କୁ ୧ ଘଣ୍ଟା ୨୧ ମିନିଟ୍ ସମୟ ଲାଗିଥିଲା। ଭାରତୀୟ ଯୋଡ଼ି ସମସ୍ତ ୩ ବ୍ରେକ୍ ପଏଣ୍ଟ୍ ଅର୍ଜନ କରିଥିଲା ବେଳେ ବିପକ୍ଷର ୨ଟି ବ୍ରେକ୍ ପଏଣ୍ଟ୍କୁ ଅଟକାଇଥିଲେ। ଏହି ମୁକୁଟ ସହ ବୋପାନ୍ନା ଓ ରାମକୁମାର ୧୮୭୦୦ ଡଲାର (ପ୍ରାୟ ୧୩,୯୦,୦୦୦ ଟଙ୍କା) ସହ ୨୫୦ ରୢାଙ୍କିଂ ପଏଣ୍ଟ୍ ପକଟେସ୍ଥ କରିଛନ୍ତି। ବୋପାନ୍ନାଙ୍କ ଏହା ୨୦ତମ ଏବଂ ରାମକୁମାରଙ୍କ ପ୍ରଥମ ଏଟିପି ଯୁଗଳ ମୁକୁଟ। ରାମକୁମାର ୨୦୧୮ ହଲ୍ ଅଫ୍ ଟେନିସ୍ ପ୍ରତିଯୋଗିତାରେ ଉପବିଜେତା ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us