ବର୍ଡର-ଗାଭାସ୍କର ଟ୍ରଫି: ଭାରତୀୟ ଦଳରେ ୩ ନୂଆ ମୁହଁ

Advertisment

ଅଷ୍ଟ୍ରେଲିଆ ଗସ୍ତରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ଦଳରେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି।

ଅଷ୍ଟ୍ରେଲିଆ ଗସ୍ତରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ଦଳରେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି।

sfshhffhfhstt

Starbiopic

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ଦଳରେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି। ବ୍ୟାଟର୍ ଅଭିମନ୍ୟୁ ଈଶ୍ବରନ୍, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ପ୍ରଥମ ଥର ସାମିଲ କରାଯାଇଛି। ଆହତ କାରଣରୁ କୁଲ୍‌ଦୀପ ୟାଦବଙ୍କ ନାମ ବିଚାରକୁ ନିଆଯାଇ ନଥିବା କୁହାଯାଇଛି। ନିଜକୁ ଫିଟ୍‌ ଘୋଷଣା କରିଥିଲେ ମଧ୍ୟ ମହମ୍ମଦ ସାମିଙ୍କୁ ସୁଯୋଗ ଦିଆଯାଇନାହିଁ। ମୁକେଶ କୁମାର, ନଭଦୀପ ସୈନି, ଖଲିଲ୍ ଅହମ୍ମଦଙ୍କୁ ସଂରକ୍ଷିତ ଖେଳାଳି ତାଲିକାରେ ରଖାଯାଇଛି। ଏହି ଗସ୍ତରେ ଭାରତ ପ୍ରଥମ ଥର ୫ ମ୍ୟାଚ୍‌ ଶୃଙ୍ଖଳା ଖେଳିବ। ପୂର୍ବ ଦୁଇ ଗସ୍ତରେ ଭାରତ ୨-୧ରେ ଜିତିଥିବାରୁ ଏହାକୁ ଦୋହରାଇବା ଆଶାରେ ରହିବ।

ଭାରତୀୟ ଟେଷ୍ଟ୍ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ୍ ବୁମରା (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଅଭିମନ୍ୟୁ ଈଶ୍ବରନ୍‌, ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ସର୍ଫରାଜ ଖାନ୍, ଧ୍ରୁବ ଜୁରେଲ (ୱିକେଟ୍‌ରକ୍ଷକ), ଆର୍‌ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ, ଆକାଶଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍‌ ସୁନ୍ଦର।

ଟ୍ବେଣ୍ଟି-୨୦ ଦଳରେ ୨ ନବାଗତ

ନୂଆଦିଲ୍ଲୀ: ଡର୍ବାନ୍‌ରେ ନଭେମ୍ବର ୮ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ମଧ୍ୟ ଶୁକ୍ରବାର ଘୋଷିତ ହୋଇଛି। ମଧ୍ୟକ୍ରମ ବ୍ୟାଟର୍ ରମଣଦୀପ୍ ସିଂ ଏବଂ ଦ୍ରୁତ ବୋଲର ବିଜୟକୁମାର ବୈଶାକ ପ୍ରଥମ ଥର ଜାତୀୟ ଦଳର ଡାକରା ପାଇଛନ୍ତି। ଆହତ କାରଣରୁ ମୟଙ୍କ ୟାଦବ, ଶିବମ ଦୁବେ, ରିୟାନ୍ ପରାଗ ସୁଯୋଗ ହାତଛଡ଼ା କରିଛନ୍ତି।

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଅଭି‌ଷେକ ଶର୍ମା, ସଂଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ରିଙ୍କୁ ସିଂହ, ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁମାର ବୈଶାକ, ଅୱେସ ଖାନ୍‌, ୟଶ ଦୟାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe