ବର୍ଡର-ଗାଭାସ୍କର୍ ଟ୍ରଫି: ଭାରତକୁ ବଡ଼ ଝଟ୍‌କା, ଗିଲ୍‌ଙ୍କ ଆଙ୍ଗୁଠି ଭାଙ୍ଗିଲା

Advertisment

ତୀବ୍ର ଆହ୍ବାନଭରା ବର୍ଡର-ଗାଭାସ୍କର୍ ଟ୍ରଫି ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟ୍‌କା। ଶନିବାର ଯୁବ ଓପନର ଶୁବମନ୍ ଗିଲ୍ ଆହତ ହୋଇଛନ୍ତି।

ତୀବ୍ର ଆହ୍ବାନଭରା ବର୍ଡର-ଗାଭାସ୍କର୍ ଟ୍ରଫି ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟ୍‌କା। ଶନିବାର ଯୁବ ଓପନର ଶୁବମନ୍ ଗିଲ୍ ଆହତ ହୋଇଛନ୍ତି।

gdjjggjgj

ପର୍ଥ: ତୀବ୍ର ଆହ୍ବାନଭରା ବର୍ଡର-ଗାଭାସ୍କର୍ ଟ୍ରଫି ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟ୍‌କା। ଶନିବାର ଯୁବ ଓପନର ଶୁବମନ୍ ଗିଲ୍ ଆହତ ହୋଇଛନ୍ତି। ଭାରତୀୟ ‘ଏ’ ଦଳ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ତାଙ୍କ ବାମହାତ ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗିଛି। ଏଣୁ ସେ ଆଗୁଆ ପଡ଼ିଆ ଛାଡ଼ିବା ସହ ଆଉ ଖେଳିବାକୁ ଆସି ନ ଥିଲେ। ଏକ୍ସ୍‌-ରେ ପରେ ଏହା ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି। ପାଖାପାଖି ୧୪ ଦିନ ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଫଳରେ ପର୍ଥର ଅପ୍‌ଟସ୍ ଷ୍ଟାଡିୟମ୍‌ରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ୍‌ରେ ସେ ଖେଳିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ତେବେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଏଥିନେଇ କୌଣସି ଘୋଷଣା କରାଯାଇନି।

ଏହି ମ୍ୟାଚ୍‌ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ସଟ୍ ପିଚ୍‌ ବଲ୍ କେଏଲ୍ ରାହୁଲଙ୍କ କହୁଣୀରେ ବାଜିବା ପରେ ସେ ମଧ୍ୟ ଆଗୁଆ ପଡ଼ିଆ ଛାଡ଼ିଥିଲେ। ପତ୍ନୀଙ୍କ ସନ୍ତାନ ଜନ୍ମ ପାଇଁ ଅଧିନାୟକ ରୋହିତ ଶର୍ମା ଦଳ ସହ ଅଷ୍ଟ୍ରେଲିଆ ଯାଇ ନଥିବାରୁ ଯଶସ୍ବୀ ଜୟସ୍ବାଲଙ୍କ ସହ ଗିଲ୍ ପାଳି ଆରମ୍ଭ କରିବାର ସମ୍ଭାବନା ଥିଲା। ଏଣୁ ସେ ଆହତ ହେବା ଭାରତକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି। ଶନିବାର ରୋହିତ ଏକ ପୁତ୍ର ସନ୍ତାନର ଜନକ ହୋଇ ସାରିଥିବାରୁ ସେ ଯଦି ଅଷ୍ଟ୍ରେଲିଆ ଯାଇ ପର୍ଥ ଟେଷ୍ଟ୍ ଖେଳିବାକୁ ରାଜି ହୁଅନ୍ତି, ତାହେଲେ ସ୍ଥିତି ଭିନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe