ବର୍ଡର-ଗାଭାସ୍କର ଟ୍ରଫି: ତୃତୀୟ ଦିନ ସୁଦ୍ଧା ଭାରତ ୩୫୮/୯

Advertisment

ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶନିବାର ମ୍ୟାଚର ତୃତୀୟ ଦିନରେ  ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ  ଭାରତୀୟ ଦଳ ୯ ୱିକଟେ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୧୬ ରନ୍ ପଛୁଆ ରହିଛି...

ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶନିବାର ମ୍ୟାଚର ତୃତୀୟ ଦିନରେ  ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ  ଭାରତୀୟ ଦଳ ୯ ୱିକଟେ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୧୬ ରନ୍ ପଛୁଆ ରହିଛି...

Team india

ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶନିବାର ମ୍ୟାଚର ତୃତୀୟ ଦିନରେ  ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ  ଭାରତୀୟ ଦଳ ୯ ୱିକଟେ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୧୬ ରନ୍ ପଛୁଆ ରହିଛି।  

ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ହୀ ୧୦୫ ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ୱାଶିଂଟନ ସୁନ୍ଦର ୫୦ ରନ୍ କରିଛନ୍ତି। ଅପରପକ୍ଷରେ ଜଶସ୍ବୀ ଜୟସ୍ବାଲ ୮୨ ରନ୍, ବିରାଟ କୋହଲି ୩୬ ରନ୍ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ପୁଣି ବିଫଳ ହୋଇଛନ୍ତି। ସେ ମାତ୍ର  ୩ ରନ୍ କରିଛନ୍ତି।

ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ।  ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ।  

ଅଧିକ ପଢ଼ନ୍ତୁ: ରାସ୍ତାକଡ଼ରେ ପିଙ୍ଗା ଯାଇଛି ସରକାରୀ ଔଷଧ

ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ପ୍ରଥମ ଅଧିବେଶନରେ ୧୫୦ ରନ୍ ସ୍କୋର କରିଥିବାବେଳେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟରେ ୪୫୪ ରହିଥିଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି।

ଅଧିକ ପଢ଼ନ୍ତୁ: ଡାଇଭର୍ସନର ଅବରୋଧ ଉପରକୁ ମାଡ଼ିଗଲା କାର: ୨ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe