ତୁର୍କିସ୍‌ ଗ୍ରାଁ ପ୍ରି ଜିତିଲେ ବୋଟ୍ଟାସ

Advertisment
ତୁର୍କିସ୍‌ ଗ୍ରାଁ ପ୍ରି ଜିତିଲେ ବୋଟ୍ଟାସ

ଇସ୍ତାନବୁଲ: ମର୍ସିଡିଜ୍‌ ଚାଳକ ‌ଭାଲଟେରି ବୋଟ୍ଟାସ ତୁର୍କିସ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌ ଦ୍ବିତୀୟ ସ୍ଥାନରେ ରହି ଫର୍ମୁଲା ୱାନ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ ଟେବୁଲ ଶୀର୍ଷ ସ୍ଥାନକୁ ପୁଣି ଫେରିଛନ୍ତି। ସେ ‌୭ ଥରର ବିଜେତା ଲୁଇସ ହାମିଲଟନ୍‌ (୨୫୬.୫)ଙ୍କଠୁ ୬ ପଏଣ୍ଟ୍‌ ଆଗରେ ରହିଛନ୍ତି। ଗ୍ରିଡ୍‌ ପେନାଲ୍‌ଟି ପାଇଁ ୧୧ତମ ସ୍ଥାନରୁ ଆରମ୍ଭ କରିଥିବା ହାମିଲଟନ୍‌ ପଞ୍ଚମ ସ୍ଥାନରେ ରହି ପୋଡିୟମ ଫିନିସ୍‌ କରିବାରେ ବିଫଳ ହୋଇଥିଲେ। ସ୍ଥାନୀୟ ଇସ୍ତାନବୁଲ୍‌ ପାର୍କରେ ରେଡ୍‌ବୁଲ୍‌ର ସର୍ଜିଓ ପେରେଜ ତୃତୀୟ ସ୍ଥାନରେ ରହିଥିଲେ। ବୋଟ୍ଟାସଙ୍କ ଏହା ବର୍ଷକ‌ ପରେ ପ୍ରଥମ ମୁକୁଟ। ଶେଷ ଥର ଲାଗି ବୋଟ୍ଟାସ ଗତ ‌ସେପ୍ଟେମ୍ବରରେ ରୁଷିଆନ୍‌ ଗ୍ରାଁ ପ୍ରି ଜିତିଥିଲେ। ଚଳିତ ଫର୍ମୁଲା ୱାନ୍‌ ଋତୁରେ ମଧ୍ୟ ଏହା ତାଙ୍କର ପ୍ରଥମ ଟ୍ରଫି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe