ବାରବାଟୀରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌, ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍‌

Advertisment
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ; ବାରବାଟୀ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ

ଭୁବନେଶ୍ବର: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଖେଳାଳିମାନେ ବସ୍‌ରୁ ଓହ୍ଲାଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିସାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ଭୁବନେଶ୍ବରସ୍ଥିତ ହେଟେଲ ‘ମେ ଫାୟାର’ରୁ ସନ୍ଧ୍ୟା ୪ଟା ୫୦ରେ ବାହାରିଥିଲେ। ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିବା ସୂଚନା ମିଳିଛି।

ଖେଳାଳିମାନେ କଡ଼ାସୁରକ୍ଷା ମଧ୍ୟରେ ହେଟେଲରୁ ବାହାରିଥିଲେ। ସେମାନଙ୍କୁ ସୁରକ୍ଷାର ସହିତ ବାରବାଟୀକୁ ନିଆଯାଇଥିଲା। ମ୍ୟଚ ଦେଖିବାରୁ ବଞ୍ଚିତ ଥିବା ପ୍ରଶଂସକମାନେ ରାସ୍ତାରେ ଭିଡ଼ ଲଗାଇଥିଲେ। ହେ‌ାଟେଲ ସାମ୍ନା ଠାରୁ ଆରମ୍ଭ କରି, ଖେଳାଳିମାନଙ୍କର ବସ୍‌ ଯାଉଥିବା ରାସ୍ତାରେ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ବାରବାଟୀରେ ଭାରତ-ଦକ୍ଷିଣ ଆଫିକା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନେ ପ୍ରବେଶ କରିସାରିଛନ୍ତି। ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଥିଲା। ବାହାର ଜିନିଷ‌ ଯେପରି କି ପାଣି ବୋତଲ, ଖାଦ୍ୟ-ପଦାର୍ଥ, ହେଲମେଟ, ମୁଦ୍ରା (କଏନ୍‌) ଆଦିକୁ ବାରଣ କରାଯାଇଥିଲା। ସମସ୍ତ ଦର୍ଶକ ମାସ୍କ ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି। ବାରବାଟୀ ଭିତରକୁ ଦର୍ଶକମାନଙ୍କୁ ପ୍ରବେଶ କରାଯିବା ପରେ ଦର୍ଶକମାନେ ଉତ୍ସାହିତ ଦେଖାଯାଉଛନ୍ତି। ଯେଉଁ ଦର୍ଶକମାନେ ପ୍ରଥମ ଥର ଆଖି ଆଗରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବେ ସେମାନଙ୍କର ଉତ୍ସାହ ସୀମା କହିଲେ ନ ସରେ।

୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ ଜିତିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବ। ଗତ ୯ ତାରିଖ ଦିନ ଦିଲ୍ଲୀରେ ଖେଳାଯାଇଥିବା ଶଙ୍ଖଳାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ମ୍ୟାଚ ଜିତିଥିଲା। ତେଣୁ ଭାରତ ଆଜିର ମ୍ୟାଚ ଜିତି ବରାବର ସ୍ଥିତିରେ ରହିବାକୁ ଚାହିଁବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe