ମୁଷ୍ଟିଯୋଦ୍ଧା ଅମିର ଖାନ୍‌ଙ୍କ ଅବସର

ମୁଷ୍ଟିଯୋଦ୍ଧା ଅମିର ଖାନ୍‌ଙ୍କ ଅବସର

Swarajya

ଲଣ୍ଡନ୍ : ବ୍ରିଟେନ୍‌ର ପୂର୍ବତନ ବିଶ୍ବ ଲାଇଟ୍‌ ୱେଲ୍ଟରୱେଟ୍‌ ବିଜେତା ମୁଷ୍ଟିଯୋଦ୍ଧା ଅମିର୍‌ ଖାନ୍‌ ଶୁକ୍ରବାର ରିଂ’ରୁ ଅବସର ଘୋଷଣା କରିଛନ୍ତି। ଫେବ୍ରୁଆରିରେ ନିଜ ଦେଶର କେଲ୍‌ ବ୍ରୁକ୍‌ଙ୍କଠାରୁ ହାରିବା ତାଙ୍କ ଶେଷ ମୁକାବିଲା ଥିଲା। ଗତ ସପ୍ତାହରେ ବ୍ରୁକ୍ସ ମଧ୍ୟ ଅବସର ନେଇଯାଇଥିଲେ। ‘ଏବେ ମୁଁ ମୋ ଗ୍ଲୋଭ୍ସ ଝୁଲାଇଦେବାର ବେଳ’ ବୋଲି ୩୫ ବର୍ଷୀୟ ଅମିର୍‌ କହିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ମାତ୍ର ୧୭ ବର୍ଷ ବୟସରେ ଲାଇଟ୍‌ୱେଟ୍‌ ରୌପ୍ୟ ପଦକ ଜିତିଥିବା ଅମିର ତାଙ୍କ ଖେଳ ଜୀବନରେ ମୋଟ ୪୦ ଲଢ଼େଇ କରି ୩୪ ବିଜୟ ୬ ପରାଜୟ ବରଣ କରିଥିଲେ। ୨୦୦୯ରେ ୟୁକ୍ରେନୀୟ ମୁଷ୍ଟିଯୋଦ୍ଧା ଆଣ୍ଡ୍ରି କୋଟେଲନିକଙ୍କଠାରୁ ଡବ୍ଲୁବିଏ ଲାଇଟ୍ ୱେଲଟର୍ ମୁକୁଟ ଝାମ୍ପିଥିବା ଅମିର ୨୦୧୧ରେ ଆମେରିକାର ଜାବ ଜୁଦାଙ୍କୁ ହରାଇ ଆଇବିଏଫ୍‌ ଟ୍ରଫି ଯୋଡ଼ିଥିଲେ। ଦୀର୍ଘ ୨୭ ବର୍ଷ ଧରି ମୁଷ୍ଟିଯୁଦ୍ଧ କରିଥିବା ଅମିର ୨୦୦୫ରେ ପେସାଦାର ଦୁନିଆରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe