Image Courtesy of India Today
କୋଟିଓ: ଶୁକ୍ରବାର ଦିନ ‘କୋକୁକିଗାଙ୍ଗ୍ ଆରେନା’ରେ ଆୟୋଜିତ ‘ୱିମିନ୍ସ୍ ୱେଲ୍ଟର୍ୱେଟ୍ ବକ୍ସିଙ୍ଗ୍’ (ମୁଷ୍ଟିଯୁଦ୍ଧ) ପ୍ରତିଯୋଗିତାରେ ପୂର୍ବତନ ବିଶ୍ବ ଚାମ୍ପିଆନ୍ ଚାଇନିଜ୍ ତାଇପେଇର ସେନ୍ ନିଏନ୍-ସିନ୍ଙ୍କୁ ପରାସ୍ତ କରି ଲଭ୍ଲୀନା ବୋରଗୋହେନ୍ ଟୋକିଓ ଅଲିମ୍ପିକ୍ସ୍ରେ ଭାରତ ପାଇଁ ଦ୍ବିତୀୟ ପଦକ ଜିଣିବାର ପ୍ରତିଶ୍ରୁତି ଦେଇଛନ୍ତି।
ସ୍ମରଣଯୋଗ୍ୟ, ଭାରତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ହାସଲ କରି ‘ଟୋକିଓ ଅଲିମ୍ପିକ୍ସ ୨୦୨୦’ରେ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ।
ସେମି-ଫାଇନାଲ୍ରେ ସ୍ଥାନ ପାଇଥିବା କାରଣରୁ ଲଭ୍ଲୀନା ବୋରଗୋହେନ୍ ଅନ୍ୟୂନ କାଂସ୍ୟ ପଦକଟିଏ ହାସଲ କରିବେ ବୋଲି ପ୍ରାୟ ସୁନିଶ୍ଚିତ ହୋଇଯାଇଛି। ମେରି କୋମ୍ ଏବଂ ବିଜେନ୍ଦର୍ ସିଂହଙ୍କ ପରେ ଅଲିମ୍ପିକ୍ସ୍ରେ ଭାରତ ପାଇଁ ପଦକ ଜିଣିବାରେ ସେ ହେଉଛନ୍ତି ତୃତୀୟ ଖେଳାଳି।
Image Courtesy of Rediffmailଆସାମର ୨୩ ବର୍ଷୀୟ ଲଭ୍ଲୀନା କ୍ବାର୍ଟର୍-ଫାଇନାଲ୍ ପ୍ରତିଯୋଗିତାରେ ତାଇୱାନ୍ର ବରିଷ୍ଠ ପ୍ରତିଦ୍ବନ୍ଦ୍ବୀ ସେନ୍ଙ୍କୁ ୪-୧ରେ ପରାସ୍ତ କରିବା ବେଳେ ଆପଣାର ପାରଦର୍ଶିତା ଓ ସାହସିକତା ପ୍ରଦର୍ଶନ କରିଥିଲେ। ତାଇୱାନ୍ର ଅଭିଜ୍ଞ ମୁଷ୍ଟିଯୁଦ୍ଧ ଖେଳାଳି ସେନ୍ଙ୍କ ସହ ପ୍ରାରମ୍ଭରୁ ଉଚ୍ଚମନା ହୋଇ ମୁକାବିଲା କରିଥିବା ଲଭ୍ଲୀନା ଓପେନିଙ୍ଗ୍ ରାଉଣ୍ଡ୍ର ୩-୨ରେ ବିଜୟିନୀ ହୋଇଥିଲେ।
ପ୍ରତିଯୋଗିତାରେ ଲଭ୍ଲୀନା ଏଭଳି ଆଧିପତ୍ୟ ବିସ୍ତାର କଲେ ଯେ, ପ୍ରତିରୋଧ କରିବା ଲାଗି ସେନ୍ଙ୍କୁ ଅବସର ମିଳି ନ ଥିଲା। ଏହାର ସୁଯୋଗ ନେଇ ଲଭ୍ଲୀନା ଦ୍ବିତୀୟ ରାଉଣ୍ଡ୍ରେ ୫-୦ରେ ବିଜୟ ହାସଲ କରିପାରିଲେ। ୪-୧ ଫଳାଫଳ ଅର୍ଥ ହେଉଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତୀୟ ମୁଷ୍ଟିଯୁଦ୍ଧ ଖେଳାଳି ଲଭ୍ଲୀନାଙ୍କର ବିଜୟ ପ୍ରାୟ ସୁନିଶ୍ଚିତ।
Follow Us