ଲିଙ୍ଗ ପରିବର୍ତ୍ତନ ପରେ ଭାରତରେ ପହଞ୍ଚି ବିୟୁଟି ପାର୍ଲର ଗଲେ ଅନାୟା

Advertisment

ପୂର୍ବତନ ଭାରତୀୟ ଅଲରାଉଣ୍ଡର ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ହରମୋନ୍ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ। | ସମ୍ପ୍ରତି ଭାରତରେ ପହଞ୍ଚି ଲୁକ ପରିବର୍ତ୍ତନ କରିଛନ୍ତି ଅନାୟା ।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ହରମୋନ୍ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ। | ସମ୍ପ୍ରତି ଭାରତରେ ପହଞ୍ଚି ଲୁକ ପରିବର୍ତ୍ତନ କରିଛନ୍ତି ଅନାୟା ।

ty7juy7

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ବଙ୍ଗର ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଥିବା ଘଟଣା ଏଯାଏଁ ଚର୍ଚ୍ଚାରେ ରହିଛି। ଲିଙ୍ଗ ପରିବର୍ତ୍ତନ ପରେ ଆରୟନ ବଙ୍ଗର ତାଙ୍କ ନାମ ଅନାୟା ବଙ୍ଗର ରଖିଛନ୍ତି। 

ଅନାୟା ନିଜେ ତାଙ୍କ ଇନଷ୍ଟାଗ୍ରାମ ଜରିଆରେ ଏହି ଖବର ସମସ୍ତଙ୍କ ସହିତ ସେୟାର କରିଥିଲେ। ସମ୍ପ୍ରତି ଖବର ମିଳିଛି ଅନାୟା ଆଇପିଏଲ ମ୍ୟାଚ ଚାଲିଥିବା ବେଳେ ଭାରତରେ ଆସି ପହଞ୍ଚିଛନ୍ତି। 

ଭାରତରେ ପହଞ୍ଚିବା ପରେ ଅନାୟା ସମୟ ବିଳମ୍ବ ନକରି ନିଜର ଲୁକ ପରିବର୍ତ୍ତନ ପାଇଁ ବିୟୁଟି ପାର୍ଲରରେ ପହଞ୍ଚି ଯାଇଥିଲେ। ଏଠାରେ ଲୁକ ପରିବର୍ତ୍ତନ ପରେ ଏକ ଭିଡିଓ ସେୟାର କରି ଅନାୟା କ୍ୟାପସନ ଦେଇ ଲେଖିଛନ୍ତି, ‘ଏବେ ମୋତେ ଆଉ କ’ଣ ଟ୍ରାଏ କରିବାକୁ ହେବ ।’ 

ପୂର୍ବତନ ଭାରତୀୟ ଅଲରାଉଣ୍ଡର ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ହରମୋନ୍ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ। | ଲିଙ୍ଗ ପରିବର୍ତ୍ତନ  ସର୍ଜରିକୁ ୧୧ମାସ ବିତି ସାରିଥିବା ବେଳେ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି'ର ପ୍ରଭାବ କିଭଳି ରହିଛି ତାହା ଅନାୟା ଇନଷ୍ଟାଗ୍ରାମ ଜରିଆରେ ଜଣାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe