Fresherslive
ବାର୍ବାଡସ୍: କରୋନା ସଚେତନତା ନେଇ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋ ଏକ ଗୀତ ରଚନା କରିଛନ୍ତି। ଏହି ଗୀତକୁ ଭିଡିଓ ସହ ସେ ନିଜ ଇନଷ୍ଟ୍ରାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହାର ଶୀର୍ଷକ ସେ ‘ହାର ମାନିବୁନି’ ବୋଲି ରଖିଛନ୍ତି। ନିଜ ଗୀତର ଭିଡିଓ ପ୍ରକାଶ କରି ବ୍ରାଭୋ ଲେଖିଛନ୍ତି ଯେ ଏହି ମାହାମାରୀ ଆଗରେ ଆମେ ହାର ମାନିବୁନି, ଆପଣମାନଙ୍କୁ ହୃଦୟର ଗଭୀରତମ କୋଣରୁ ମୋର ଅନୁରୋଧ, ଆସନ୍ତୁ ସମସ୍ତେ ଏକାଠି ହୋଇ ଲଢ଼ିବା। ଏହି ସଙ୍କଟଜନକ ଘଡ଼ିରେ ଗୋଟିଏ ସକାରାତ୍ମକ ଗୀତ ଗାଇବା। ବ୍ରାଭୋ ଏହି ଗୀତକୁ କରୋନା ଲଢ଼େଇରେ ସାମିଲ ହୋଇଥିବା ସାରା ବିଶ୍ବର ସ୍ବାସ୍ଥ୍ୟକର୍ମୀ ତଥା ସାଧାରଣ ଜନତାଙ୍କ ମନୋବଳ ବଢ଼ାଇବା ଲାଗି ପ୍ରସ୍ତୁତ କରିଛନ୍ତି। ନ୍ୟୁଜିଲାଣ୍ଡ ସ୍ପିନର ଈଶ୍ ସୋଢ଼ୀ ମଧ୍ୟ କରୋନାକୁ ନେଇ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଆବେଗପୂର୍ଣ୍ଣ ଗୀତ ପ୍ରକାଶ କରିଛନ୍ତି। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।
Follow Us