ସିଏସ୍‌କେ ଶିବିର ଛାଡ଼ିଲା ବେଳେ ଭାବପ୍ରବଣ ହୋଇପଡ଼ିଲେ ବ୍ରାଭୋ

ସିଏସ୍‌କେ ଶିବିର ଛାଡ଼ିଲା ବେଳେ ଭାବପ୍ରବଣ ହୋଇପଡ଼ିଲେ ବ୍ରାଭୋ

InsideSport

ଦୁବାଇ : ଆ‌ହତ ଯୋଗୁଁ ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବାନ୍‌ ବ୍ରାଭୋ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ଗତ ୧୭ ତାରିଖରେ ସାର୍‌ଜା‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ। ଏପରିକି ଶେଷ ଓଭର ମଧ୍ୟ ବୋଲିଂ କରିପାରିନଥିଲେ। ଯାହା ଦିଲ୍ଲୀ ପାଇଁ ବରଦାନ ସଦୃଶ ଥିଲା। ତାଙ୍କ ବଦଳରେ ରବୀନ୍ଦ୍ର ଜାଦେଜା ସେହି ଓଭର ବୋଲିଂ କରିବାରୁ ଅକ୍ଷର ପଟେଲ ୩ ଛକା ମାରି ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ। ଚଳିତ ବର୍ଷ ତାଙ୍କ ପାଇଁ ଏବଂ ସିଏସ୍‌କେ ପାଇଁ ଭଲ ବିତୁନଥିବାରୁ ପ୍ରଶଂସକମାନେ ସମର୍ଥନ ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ତିନି ଥର ବି‌ଜେତା ସିଏସ୍‌କେ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଖରାପ ସ୍ଥିତି ପାଇଛି। ଏହି ଦଳ ୧୦ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହ ପ୍ଲେ-ଅଫ୍‌ ଦୌଡ଼ରୁ ଏକରମକ ବାଦ୍‌ ପଡ଼ିସାରିଛି। ଏପରିସ୍ଥଳେ ବ୍ରାଭୋଙ୍କ ଆହତ ଶକ୍ତ ଝଟ୍‌କା ଥିଲା।

ଆହତ ବ୍ରାଭୋ ଆଉ ଏଥର ଆଇପିଏଲ୍‌ ଖେଳିପାରିବେନି ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଯିବା ପରେ ସେ ଦଳୀୟ ଶିବିର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଗୁରୁବାର ସେ ଶିବିର ଛାଡ଼ିଥିଲା ବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ସିଏସ୍‌କେ ଶିବିର ଅଧାରୁ ଛାଡ଼ି ଚାଲିଯିବା ଦୁଃଖଦାୟକ। ହେଲେ ସମସ୍ତ ସିଏସ୍‌କେ ପ୍ରଶଂସକ ଦଳକୁ ଉତ୍ସାହିତ କରନ୍ତୁ ବୋଲି ମୁଁ ଚାହିଁବି। ବ୍ରାଭୋଙ୍କ ଏଭଳି ଭାବପ୍ରବଣ ବାର୍ତା ସମ୍ବଳିତ ଭିଡ଼ିଓକୁ ସିଏସ୍‌କେ ତା’ ଟ୍ବିଟର ହ୍ୟା‌ଣ୍ଡଲରେ ଅପ୍‌ଲୋଡ଼୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe