ବ୍ରାଜିଲକୁ ସମର୍ଥନ, ମେସିଙ୍କୁ ଉତ୍ସାହ

Advertisment
ବ୍ରାଜିଲକୁ ସମର୍ଥନ, ମେସିଙ୍କୁ ଉତ୍ସାହ

କୋଲକାତା: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମସ୍କୋ ଫୁଟବଲ୍‌ ବିଶ୍ୱକପ୍‌ରେ ବ୍ରାଜିଲକୁ ସମର୍ଥନ କରିବେ। ହେଲେ ଏହି ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଉତ୍ସାହିତ କରିବେ। ଗାଙ୍ଗୁଲି ନିଜେ ଏକଥା ଉପରୁ ପରଦା ଉଠାଇଛନ୍ତି। ବିଶ୍ୱକପ୍‌ରେ ମେସିଙ୍କ ଯାଦୁ ଦେଖିବାକୁ ମୁଁ ବ୍ୟଗ୍ର। ହେଲେ ବ୍ରାଜିଲ ମୋ ପସନ୍ଦର ଦଳ ବୋଲି ଗାଙ୍ଗୁଲି କହିଛନ୍ତି। ବ୍ରାଜିଲ, ଆର୍ଜେଣ୍ଟିନା ସହ ଜର୍ମାନି ଚଳିତ ବର୍ଷ ବିଶ୍ୱକପ୍‌ ଜିତିବାର ସମ୍ଭାବନା ଅଧିକ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି।

ଭାଗ୍ୟବାନ ଭାରତୀୟ

publive-image

ମସ୍କୋ ବିଶ୍ୱକପ୍‌ରେ ଭାରତର ୬ ଜଣ ପିଲା ବଲ୍‌ ବାହାକ ବା ଅଫିସିଆଲ୍‌ ମ୍ୟାଚ୍‌ ବଲ୍‌ କ୍ୟାରିୟର ଦାୟିତ୍ୱ ତୁଲାଇବେ। ଫିଫା ପକ୍ଷରୁ ସାରାଦେଶରେ କରାଯାଇଥିବା ଚୟନ ପ୍ରକ୍ରିୟାରୁ ଏମାନଙ୍କୁ ବଛା ଯାଇଛି। ସାରା ବିଶ୍ୱର ବଛା ବଛା ୬୪ ପିଲା ଏହି ସମ୍ମାନଜନକ କାର୍ଯ୍ୟରେ ନିୟୋଜିତ ହେବେ। ୧୦ରୁ ୧୪ ବର୍ଷର ଏହି ପିଲାମାନଙ୍କୁ ଏକ କାର୍‌ ନିର୍ମାତା ନିଜ ଖର୍ଚରେ ମସ୍କୋ ପଠାଇବେ। ଫିଫା ତରଫରୁ ମନୋନୀତ ହୋଇଥିବା ପିଲାମାନେ ହେଲେ ଋଷି ତେଜ୍‌ (କର୍ଣ୍ଣାଟକ), କେ ନାଥାନିଆ ଜନ୍‌ (ତାମିଲନାଡୁ), ଭାନୁଜ ଭଲ୍ଲ (ଉତ୍ତରପ୍ରଦେଶ), ପ୍ରିୟଶରଣ ପ୍ରକାଶ (ଉତ୍ତରପ୍ରଦେଶ), ଆଦିତ୍ୟ ବାତ୍ରା (ହରିଆଣା), ସ୍କଟ୍‌ ଆସ୍‌ଲେ ରୋଡ୍ରିଗେ୍ଵଜ୍‌ (ମୁମ୍ବାଇ)। ଏମାନେ ଭିନ୍ନ ଭିନ୍ନ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ପଡ଼ିଆ ଭିତରକୁ ବଲ୍‌ ନେଇ ଯିବେ। ସାରା ବିଶ୍ୱର ଫୁଟବଲ୍‌ ପ୍ରେମୀ ଏମାନଙ୍କୁ ଟେଲିଭିଜନ୍‌ ପରଦାରେ ଦେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe