ରିଚାରଲିସନ୍‌ଙ୍କ ଯୁଗଳରେ ଜିତିଲା ବ୍ରାଜିଲ

Advertisment
ରିଚାରଲିସନ୍‌ଙ୍କ ଯୁଗଳରେ ଜିତିଲା ବ୍ରାଜିଲ

ଦୋହା: ଚଳିତ ଫିଫା ବିଶ୍ବକପ୍‌ରେ ଗୁରୁବାର ରିଚାଲସନ୍‌ଙ୍କ ଯୁଗଳ ଗୋଲ୍‌ ବଳରେ ବ୍ରାଜିଲ ସର୍ବିଆକୁ ପରାସ୍ତ କରିଛି। ଲୁସିଆଲ୍‌ ଆଇକନ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ଜିର ଏହି ମ୍ୟାଚ୍‌କୁ ବ୍ରାଜିଲ ୨-୦ ଗୋଲ୍‌ରେ ଜିତି ପୂରା ୩ ପଏଣ୍ଟ୍‌ କରାୟତ୍ତ କରିଛି। ପ୍ରଥାମର୍ଦ୍ଧରେ ସର୍ବିଆ ଗୋଲି ଭଞ୍ଜା ମିଲିଙ୍କୋଭିକଙ୍କ ଚମତ୍କାର ଦେଖିବାକୁ ମିଳିଥିଲା। ଆକ୍ରମଣାତ୍ମକ ଖେଳୁଥିବା ବ୍ରାଜିଲର ଅନେକ ‌ପ୍ରୟାସକୁ ବେକାର କରି ଦେଇଥିଲେ ଏହି ସର୍ବିଆ ଗୋଲି। ୨୭ତମ ମିନିଟ୍‌ରେ ଥିଆଗୋ ସିଲ୍‌ଭାଙ୍କ ଲୋ ପାସ୍‌କୁ ୱିଙ୍ଗର ରାଫିନା ଲୋ ସଟ୍‌କୁ ଚମତ୍କାର ଢଙ୍ଗରେ ଅଟକାଇ ନିଶ୍ଚିତ ଗୋଲ୍‌ରୁ ରକ୍ଷା କରି‌ଥିଲେ ମିଲିଙ୍କୋଭିକ। ଏହିପରି ସେ ପ୍ରଥାମର୍ଦ୍ଧରେ ଅନେକ ଗୋଲ୍‌ ଅଟକାଇଥିଲେ। ତାଙ୍କର ଚମତ୍କାରିତା ଯୋଗୁଁ ପୂରା ପ୍ରଥମାର୍ଦ୍ଧ ବ୍ରାଜିଲ ନିଜ ନିୟନ୍ତ୍ରଣରେ ବଲ୍‌ ରଖିଥିଲେ ମଧ୍ୟ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା।

ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବ୍ରାଜିଲ ପୂର୍ବ ପରି ଆକ୍ରମଣ ଜାରି ରଖିଥିଲା। ୬୨ତମ ମିନିଟ୍‌ରେ ନେମାରଙ୍କ ଶକ୍ତ ସଟ୍‌କୁ ଭଞ୍ଜା ଅଟାକାଇବାକୁ ଚେଷ୍ଟା କରିଥିଲେ। ହେଲେ ବଲ୍‌ ତାଙ୍କ ହାତରେ ବାଜି ଖସି ଯାଉଥିଲା ବେଳେ ରିଚାରଲିସନ ଏହାକୁ ‌ଗୋଲ୍‌ ପୋ‌ଷ୍ଟ୍‌କୁ ପଠାଇ ବ୍ରାଜିଲ୍‌କୁ ଅଗ୍ରଣୀ କରାଇଥିଲେ। ଏହାର ୧୧ ମିନିଟ୍‌‌ ପରେ ଭିନିସିଅସ୍‌ ଜୁନିଅରଙ୍କ ପାସ୍‌କୁ ରିଚାରଲିସନ (୭୩ ମିନିଟ୍‌) ବାଇସାଇକଲ୍‌ କିକ୍‌ ଭଲି ସଟ୍‌ରେ ଗୋଲ୍‌ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ବ୍ରାଜିଲ୍‌କୁ ୨-୦ରେ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe