ଭୁବନେଶ୍ବର: ଆଗାମୀ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଲାଗି ଓଡ଼ିଶା ଏଫ୍ସି ବ୍ରାଜିଲୀୟ ମହିଳା ଫୁଟ୍ବଲର୍ ସିନ୍ଥିଆ ମାର୍କୋଣ୍ଡେସ୍ ଡସ୍ ସାନ୍ତୋସ୍ଙ୍କ ସହ ଚୁକ୍ତି କରିଛି। ସାଓ ପାଉଲ୍ର ସିନ୍ଥିଆ ବ୍ରାଜିଲର ଅନେକ ଘରୋଇ ଲିଗ୍ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ଓ ମେ’ରେ ଖେଳାଯିବାକୁ ଥିବା ଆଇଡବ୍ଲୁଏଲ୍ରେ ଖେଳିବାରେ ସେ ପ୍ରଥମ ବ୍ରାଜିଲ ଖେଳାଳି ହେବେ। ସେ ଉଭୟ ଫରୱାର୍ଡ ଓ ଫୁଲ୍ ବ୍ୟାକ୍ ଖେଳିବାରେ ମାହିର। ସିନ୍ଥିଆଙ୍କ ବ୍ରାଜିଲେଇରାଓ ଫେମିନିନୋ ସିରି-୧ ଓ ସିରି-୨ରେ ଖେଳିବାର ଅଭିଜ୍ଞତା ରହିଛି। ବିଶ୍ବ ବ୍ୟାପୀ ଯୁବ ଖେଳାଳିଙ୍କ ପାଇଁ ଆଦର୍ଶ ପାଲଟିଥିବା ସିନ୍ଥିଆଙ୍କ ଆଗମନ ଆଇଡବ୍ଲ୍ୟୁଏଲ୍କୁ ନୂଆ ଉତ୍ସାହ ଭରିଦେବ ବୋଲି ବିଶ୍ବାସ କରାଯାଉଛି।
ଓଡ଼ିଶା ପାଇଁ ଖେଳିବେ ବ୍ରାଜିଲ ଝିଅ ସିନ୍ଥିଆ
Advertisment
Follow Us