ସାଓ ପଲୋ: ମୁଖ ଗହ୍ଵର କର୍କଟ ରୋଗରେ ପୀଡ଼ିତା ମହାନ୍ ବ୍ରାଜିଲୀୟ ଟେନିସ୍ ତାରକା ମେରିଆ ବ୍ୟୁନୋଙ୍କର ଦେହାନ୍ତ ହୋଇ ଯାଇଛି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।
ଡାକ୍ତରଖାନା କହିଛି ଯେ ତାଙ୍କ ପରିବାରର ସମ୍ମାନ ପାଇଁ ମୃତ୍ୟୁ ସଂକ୍ରାନ୍ତରେ ଆଉ ଅଧିକ କୌଣସି ତଥ୍ୟ ପ୍ରକାଶ କରି ହେବ ନାହିଁ।
୧୯୫୦ ଏବଂ ୧୯୬୦ରେ ବ୍ୟୁନୋ ତିନୋଟି ଓ୍ଵିମ୍ବଲ୍ଡନ୍ ସିଙ୍ଗଲ୍ସ୍ ଟାଇଟଲ୍ସ ଏବଂ ଚାରିଟି ୟୁଏସ୍ ଓପେନ୍ ଜିଣିଥିଲେ। ତାଙ୍କର ସୁଠାମ ଶୈଳୀ ନିମନ୍ତେ ‘ଦି ଟେନିସ୍ ବେଲେରିନା’ ଭାବରେ ପରିଚିତା ବ୍ୟୁନୋ ଜଣେ ଶୀର୍ଷସ୍ତରୀୟ ପୂର୍ବତନ କ୍ରୀଡ଼ିକା ଯିଏ ପେସାଦାର ଯୁଗ ଆରମ୍ଭ ହେବା ପୂର୍ବରୁ ନିଜ ଜୀବନର ବହୁଳାଂଶ ଟେନିସ୍ କୋର୍ଟରେ ବିତାଇ ସାରିଥିଲେ।
୧୯୫୯ ଏବଂ ୧୯୬୬ରେ ୭ଟି ସିଙ୍ଗଲ୍ସ୍, ୧୧ଟି ଡବଲ୍ସ୍ ଏବଂ ଗୋଟିଏ ମିକ୍ସ୍ ଡବଲ୍ସ୍ରେ ସେ ସମୁଦାୟ ୧୯ଟି ଗ୍ରାଣ୍ଡ୍ ସ୍ଲାମ୍ ଜିଣିଥିଲେ। ଉଭୟ ଅଷ୍ଟ୍ରେଲିଆନ୍ ଓପେନ୍ ଏବଂ ଫ୍ରେଞ୍ଚ୍ ଓପେନ୍ରେ ମଧ୍ୟ ସେ ଫାଇନାଲ୍ରେ ପହଞ୍ଚି ଥିଲେ।
Follow Us