ବ୍ରେଟ୍ ଲି ଦେଲେ ୪୦.୬ ଲକ୍ଷ

Advertisment
କୋହଲି ଆଉ ୪ବର୍ଷ ଖେଳିଲେ ସଚିନ୍‌ଙ୍କୁ ଟପିଯିବେ: ଲି’

Firstpost

ନୂଆଦିଲ୍ଲୀ: ପ୍ୟାଟ୍ କମିନ୍ସଙ୍କ ପରେ ବ୍ରେଟ୍‌ ଲି ମଧ୍ୟ ଭାରତର କୋଭିଡ୍‌ ସ୍ଥିତି ଗମ୍ଭୀରତାକୁ ହୃଦୟଙ୍ଗମ କରି ସହାୟତାର ହାତ ବଢ଼ାଇଛନ୍ତି। ଏହି ପୂର୍ବତନ ଅଷ୍ଟ୍ରଲୀୟ ଦ୍ରୁତ ବୋଲର ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ୧ ବିଟ୍‌ କଏନ୍ (ପ୍ରାୟ ୪୦.୬୭ ଲକ୍ଷ) ଟଙ୍କା ଦାନ କରିଛନ୍ତି। ଭାରତୀୟ ଡାକ୍ତରଖାନା ଗୁଡିକୁ ଅମ୍ଳଜାନ ଯୋଗାଣ ଲାଗି ସେ ଏହି ଅର୍ଥ ଦାନ କରିଛନ୍ତି। ‘ଭାରତ ମୋ ପାଇଁ ଦ୍ବିତୀୟ ଘର ଭଳି। ଏଠାରୁ ମୋତେ ପେସାଦାର ଜୀବନ ଏବଂ ଅବସର ପରେ ବି ଭଲ ପାଇବା ଓ ଶ୍ରଦ୍ଧା ମିଳିଛି।

ଏହା ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛି। କ୍ରିପଟୋ ରିଲିଫ୍‌ ପାଣ୍ଠିକୁ ଦାନ କରି ମୁଁ ନିଜକୁ ଧନ୍ୟ ମଣୁଛି’ ବୋଲି ବ୍ରେଟ୍ ଲି ଟ୍ବିଟ୍‌ କରିଛନ୍ତି। କରୋନା ଲଢ଼େଇର ଆଗଧାଡ଼ିର ଯୋଦ୍ଧାମାନଙ୍କୁ ବି ବ୍ରେଟ୍ ଲି ଧନ୍ୟବାଦ ଜଣାଇଛନ୍ତି। କରୋନାର ସମସ୍ତ କଟକଣା ଓ ନିୟମାବଳୀକୁ ମାନି ଚଳିବାକୁ ସମସ୍ତ ଲୋକମାନଙ୍କୁ ବ୍ରେଟ୍ ଲି ଅନୁରୋଧ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ସୋମବାର ‘ପିଏମ୍‌ କେୟାର୍ସ ଫଣ୍ଡ’କୁ ୩୭ ଲକ୍ଷ ଟଙ୍କା ଦାନ କରିବା ପରେ ବ୍ରେଟ୍ ଲି ଏହାଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ବାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe