ମୁମ୍ବାଇ: କ୍ରିକେଟ୍ ଜଗତର ଦୁଇ କିମ୍ବଦନ୍ତୀ ପୁରୁଷ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ବ୍ରାଏନ ଲାରା ଶୁକ୍ରବାର ଭେଟାଭେଟି ହୋଇଥିଲେ। ସଚିନଙ୍କୁ ଆଗୁଆ ସୂଚନା ନଦେଇ ଲାରା ହଠାତ୍ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ପୁରୁଣା ବନ୍ଧୁଙ୍କୁ ହଠାତ୍ ପାଖରେ ପାଇ ସଚିନ ବି ବେଶ୍ ଖୁସି ହୋଇ ଯାଇଥିଲେ।
ଲାରାଙ୍କ ଚର୍ଚାରେ ଲାଗି ପଡ଼ିଥିଲେ ସଚିନ ଏହି ବିଷୟରେ ଟ୍ବିଟ୍ ମଧ୍ୟ କରିଥିଲେ। ଲାରାଙ୍କ ସହ ଉଠାଇଥିବା ଫଟୋକୁ ଖୁସିରେ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ତା’ ତଳେ ଲେଖିଥିଲେ ସପ୍ତାହ ଶେଷର ଜବରଦସ୍ତ ଆରମ୍ଭ, ଜଣେ ପୁରୁଣା ବନ୍ଧୁଙ୍କ ସହ ଅଚାନକ ଭେଟ ହୋଇଗଲା। ଫଟୋଟିରେ ଉଭୟ ଲାରା ଏବଂ ସଚିନ ନୀଳ ସାର୍ଟ ଏବଂ ଟୋପି ପିନ୍ଧିଥିଲେ।
ସଚିନଙ୍କ ଘରେ ଲାରା
Advertisment
Follow Us