୬ ଭାରତୀୟ ଯୁବ ତାରକାଙ୍କୁ ବାଛିଲେ ଲାରା

Advertisment

ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦେବଦତ୍ତ ପଡ଼ିକଲ, କେଏଲ୍‌ ରାହୁଲ, ପ୍ରିୟମ ଗର୍ଗ, ଅବଦୁଲ ସମାଦ ,

ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦେବଦତ୍ତ ପଡ଼ିକଲ, କେଏଲ୍‌ ରାହୁଲ, ପ୍ରିୟମ ଗର୍ଗ, ଅବଦୁଲ ସମାଦ ,

୬ ଭାରତୀୟ ଯୁବ ତାରକାଙ୍କୁ ବାଛିଲେ ଲାରା

ସଂଜୁ ସାମସନ
ଲାରା ପ୍ରଥମେ ରାଜସ୍ଥାନ ରୟାଲ୍ସର ସଂଜୁ ସାମସନଙ୍କ ନାଁ ନେଇଥିଲେ। ‌ସାମସନ୍‌ ପ୍ରଥମ ଦୁଇ ମ୍ୟାଚ୍‌ରେ ୧୬ ଛକା ମାରି ଭଲ ଆରମ୍ଭ କରିଥିଲେ। ‘ସଂଜୁ ଦକ୍ଷତାକୁ ଭଲପାଏ, କିନ୍ତୁ ମୁଁ ନିଶ୍ଚିତ ନୁହେଁ ‌ଯେ ସେ ସବୁ ବେଳେ ଭଲ ବ୍ୟାଟିଂ କରିପା‌ରିବେ। ତାଙ୍କ ପାଖରେ ପ୍ରଚଣ୍ଡ ଦକ୍ଷତା ସହ ଟାଇମିଂ ରହିଛି। ସେ ଜଣେ ଅବିଶ୍ବସନୀୟ ଖେଳାଳି। ‌ଯେ କି ବହୁ ଉପରକୁ ଯାଇପାରିବେ’ ବୋଲି ଲାରା କହିଛନ୍ତି।
ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ ଇଣ୍ଡିଆନ୍ସର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ୧୬ ମ୍ୟାଚ୍‌ ଖେଳି ୪୦ ହାରହାରି ଏବଂ ୧୪୫.୦୧ ଷ୍ଟ୍ରାଇକ୍‌ ରେଟ୍‌ରେ ୪୮୦ ରନ୍‌ କରିଛନ୍ତି। ‘ସୂର୍ଯ୍ୟକୁମାର ହେଉଛନ୍ତି ମୋର ଆଉ ଜଣେ ପସନ୍ଦର ଖେଳାଳି। ‌ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ନୁହେଁ ୩ ନମ୍ବର ଖେଳାଳି ଭାବେ। ପ୍ରାରମ୍ଭରୁ ୱିକେଟ୍‌ ହରାଇଲେ ସେ ମୁମ୍ବାଇର ଭାର ସମ୍ଭାଳିଥା’ନ୍ତି। ଆଇପିଏଲ୍‌ରେ ତାଙ୍କ ଖେଳକୁ ଉପଭୋଗ କରେ’ ବୋଲି ଲାରା କହିଥିଲେ।
ଦେବଦତ୍ତ ପଡ଼ିକଲ
ଲାରାଙ୍କ ପରବର୍ତ୍ତୀ ତାଲିକାରେ ରହିଛନ୍ତି ଚଳିତ ଋତୁରେ ଆର୍‌ସିବିର ସର୍ବାଧିକ ରନ୍‌ ହାସଲକାରୀ ଦେବଦତ୍ତ ପଡ଼ିକଲ। ‘ତାଙ୍କ ନିକଟରେ ଅନେକ ସମ୍ଭାବନା ରହିଛି। ତାଙ୍କୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ମୁଁ ଚାହେଁ ‌‌ସେ ଖାଲି ଆଇପିଏଲ୍‌ କିମ୍ବା ଟି-୨୦ ନୁହେଁ ଟେ‌ଷ୍ଟ୍‌ କ୍ରିକେଟ୍‌ ଖେଳନ୍ତୁ। ଟେଷ୍ଟ୍‌ ‌କ୍ରିକେଟ୍‌ ଖେଳିବାର ‌ଶୈଳୀ ତାଙ୍କ ନିକଟରେ ଅଛି।’
କେଏଲ୍‌ ରାହୁଲ
କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଅଧିନାୟକ ଏବଂ ନାରଙ୍ଗୀ ଟୋପିଧାରୀ ରାହୁଲ ଅନ୍ତର୍ଜାତୀୟ କ୍ରିକେଟର୍‌ ଭାବେ ନିଜକୁ ସ୍ଥାପିତ କରିପାରିଛନ୍ତି ବୋଲି ଇଣ୍ଡିଜ୍‌ କିଂବଦନ୍ତି ଲାରା ମାନିଛନ୍ତି। ‘ମୁଁ ସବୁବେଳେ କହେ ସେ ବହୁତ ଭଲ। ତାଙ୍କ ବିଷୟ‌ରେ କ’ଣ ବି ଆଉ ଅଧିକ କହିବି।’
ପ୍ରିୟମ ଗର୍ଗ
ପୂର୍ବତନ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍‌ ପ୍ରିୟମ ଗର୍ଗ ମଧ୍ୟ ଲାରାଙ୍କ ନଜରରେ ରହିଛନ୍ତି। ‘ମୁଁ ଭାବୁଛି ପ୍ରିୟମ ଗର୍ଗଙ୍କ ନିକଟରେ ଅନେକ ସମ୍ଭାବନା ରହିଛି।’
ଅବଦୁଲ ସମାଦ
ସନ୍‌ରାଇଜର୍ସ ହାଇଦ୍ରାବାଦର ଜମ୍ମୁ କାଶ୍ମୀର ଅଲ୍‌ରାଉଣ୍ଡର ଅବଦୁଲ ସମାଦ ଚଳିତ ବର୍ଷ ଆଇପିଏଲ୍‌ ପଦାର୍ପଣ କରିଛନ୍ତି। ଲାରାଙ୍କ ତାଲିକାରେ ଆଇପିଏଲ୍‌ ୨୦୨୦ରେ ସବୁଠୁ ଅଧିକ ପ୍ରଭାବିତ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ସମାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe