ଭୁବନେଶ୍ବର: ଚଳିତ ମାସ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରର ଶେରେକାଶ୍ମୀର ଷ୍ଟାଡିୟମ୍ରେ ଜାତୀୟ କନିଷ୍ଠ ଓ ବରିଷ୍ଠ ଆଇସ୍ଷ୍ଟକ୍ ସ୍ପୋର୍ଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଓଡ଼ିଶାର ୪ ଜଣ ଲେଖାଏଁ ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶା କନିଷ୍ଠ ଦଳ ଟିମ୍ ଟର୍ଗେଟ୍ ଇଭେଣ୍ଟ୍ରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି। ପଦକ ବିଜୟୀ ଓଡ଼ିଶା ଦଳରେ ଥିବା ଅନୁଜ ଚୌଧୁରୀ, ଅଂଶୁମାନ ବେହେରା, ହିମାଂଶୁ ପଟ୍ଟନାୟକ ଓ ଶେହଜାଦ ଖାନ୍ ଗୁରୁବାର ଝାରସୁଗୁଡ଼ା ରେଳଷ୍ଟେସନ୍ରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଆଇସଷ୍ଟକ୍ ସଂଘ, ଓଡ଼ିଶାର କାର୍ଯ୍ୟକାରୀ ସଭାପତି ତାପସ କୁମାର ରାୟ ଚୌଧୁରୀ, ଉପସଭାପତି ରିୟାଜତ ଖାନ୍ ଓ ସଦସ୍ୟମାନେ ଉପସ୍ଥିତ ରହି ସଫଳ ଖେଳାଳିମାନଙ୍କୁ ପାଛୋଟି ନେଇଥିଲେ। ଓଡ଼ିଶା ଦଳର ପ୍ରଶିକ୍ଷକ ଥିଲେ ଆଶୁତୋଷ ନାୟକ ଓ ପ୍ରବନ୍ଧକ ଥିଲେ ପ୍ରଶାନ୍ତ କୁମାର ତ୍ରିପାଠୀ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us