ରାଉରକେଲା: ପୁଣି ଜଣେ ମହିଳା ବ୍ୟାଡମିଣ୍ଟନ ଖେଳାଳିଙ୍କ ଆବିର୍ଭାବ ଘଟିଛି। କଅଁଳ ବୟସରୁ ଏକାଧିକ ପ୍ରତିଯୋଗିତା ଜିତି ନିଜ ତଥା ରାଉରକେଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଉଦୀୟମାନ ଖେଳାଳି ହେଉଛନ୍ତି ବିଶାଖା ଟପ୍ପୋ। ଆର୍ଏସ୍ପି ଅକ୍ସିଜେନ ପ୍ଲାଣ୍ଟ୍ ବିଭାଗର ଏମ୍ଓଏମ୍ଟି ଚାରୋ ଟପ୍ପୋ ଓ ଜୟଶ୍ରୀ ଟପ୍ପୋଙ୍କ ସୁପୁତ୍ରୀ ବିଶାଖା ବର୍ତ୍ତମାନ ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି।
ବିଶାଖା ତାଙ୍କ ପିତା ତଥା ଆଥଲେଟ୍ ମାଉସୀଙ୍କ ପ୍ରେରଣାରେ ୨୦୧୯ ମସିହାରୁ ବ୍ୟାଡମିଣ୍ଟନ ଖେଳୁଛନ୍ତି। ଗତ ନଭେମ୍ବର ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ୟୋନେକ୍ସ ସନ୍ରାଇଜ୍ ଆନ୍ତଃ ରାଜ୍ୟ, ଆନ୍ତଃ ଜୋନାଲ ଓ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବାଳିକା ବର୍ଗରେ ସ୍ଵର୍ଣପଦକ ଜିଣିଥିଲେ।
ମିଶ୍ରିତ କନିଷ୍ଠ ଯୁଗଳ ବର୍ଗରେ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ। ବିଶାଖା ଓ ପ୍ରଗତି ପରିଡ଼ାଙ୍କ ଯୋଡ଼ି ଏଥିରେ ବିଜେତା ହୋଇଥିଲା। ମିଶ୍ରିତ ଯୁଗଳରେ ଲାଲରାମସାଣ୍ଡା ସି.ଙ୍କ ସହ ଖେଳିଥିଲେ।
ଅଧିକ ପଢ଼ନ୍ତୁ: ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି
ଏହାପୂର୍ବରୁ ୨୦୨୩ ଜୁନ୍ରେ ଉତ୍ତରପ୍ରଦେଶର ବିବିଡି ୟୁପି ବ୍ୟାଡମିଣ୍ଟନ ଏକାଡେମୀ ଆୟୋଜିତ ବାଳିକା ଯୁଗଳ ୧୭ ବର୍ଗରୁ କମ୍ ୟୋନେକ୍ସ-ସନରାଇଜ୍ ସର୍ବଭାରତୀୟ ଉପକନିଷ୍ଠ ରୢାଙ୍କିଂ ପ୍ରତିଯୋଗିତାରେ ବିଜୟୀ ହୋଇଥିବାବେଳେ ମିଶ୍ରିତ ଯୁଗଳରେ ଉପବିଜେତା ହୋଇଥିଲେ।
୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ସନ୍ରାଇଜ ଜାତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଉପକନିଷ୍ଠ ବର୍ଗର ମିଶ୍ରିତ ଯୁଗଳରେ ବିଜେତା ହୋଇଥିଲେ। ସେ ୨୦୨୨ ଜାନୁଆରିରେ ଚଣ୍ଡିଗଡ଼ରେ ପ୍ରଥମ ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ପୁନେରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
ଅଧିକ ପଢ଼ନ୍ତୁ: ଆଉଟ୍ସୋର୍ସିଂ ସଂସ୍ଥା ଭରସାରେ ଆର୍ଜିଏଚ୍ : ୬୦ ଡାକ୍ତର ପଦ ଖାଲି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/19/r9Ga59v9UOKURZgVdSW7.jpeg)