ବୁମ୍‌ରା ବିଶ୍ବର ସବୁଠୁ ହୁସିଆର ବୋଲର: ଅଖ୍‌ତର

ବୁମ୍‌ରା ବିଶ୍ବର ସବୁଠୁ ହୁସିଆର ବୋଲର: ଅଖ୍‌ତର

Scroll.in

ନୂଆଦିଲ୍ଲୀ : ଯଶପ୍ରୀତ୍ ବୁମ୍‌ରା ବର୍ତମାନ ବିଶ୍ବ କ୍ରିକେଟର୍ ସବୁଠାରୁ ହୁସିଆର୍‌ ବୋଲର। ତାଙ୍କ ଶରୀରରେ ନୁହେଁ ଲେନ୍‌ଥରେ ହିଁ ଆକ୍ରାମକ ରୂପ ରହିଥାଏ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର। ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାରେ ବୁମ୍‌ରା ୨ ଟେଷ୍ଟରୁ ୮ ୱିକେଟ୍ ନେଇ ପ୍ୟାଟ୍ କମିନ୍ସ ଓ ଆର୍ ଅଶ୍ବିନଙ୍କଠାରୁ ୨ ୱିକେଟ୍‌ ପଛରେ ରହିଛନ୍ତି। ଅଭିଜ୍ଞ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ବୁମ୍‌ରା ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେଉଛନ୍ତି। ମହମ୍ମଦ ଆମିର, ଏପରିକି ୱାସିମ୍ ଆକ୍ରମଙ୍କଠାରୁ ବି ବୁମ୍‌ରା ଭଲ। ମୁଁ ଦେଖିଥିବା‌ ଅନ୍ୟତମ ପ୍ରମୁଖ ବୋଲରଙ୍କ ମଧ୍ୟରେ ମହମ୍ମଦ ଅସିଫ୍ ମଧ୍ୟ ପ୍ରଭାବୀ। ତାଙ୍କୁ କିଭଳି ଖେଳିବି ବୋଲି ଦିନେ ଭିଭିଏସ୍ ଲକ୍ଷ୍ମଣ ବି କହିଥିଲେ। ଏସୀୟ ଟେଷ୍ଟ୍ ଚାମ୍ପିଅନସିପ୍ ବେଳେ ଏବି ଡି’ଭିଲିୟର୍ସ ବି କାନ୍ଦ କାନ୍ଦ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe