ଜାତୀୟ କ୍ରିକେଟ୍‌ ଏକାଡେମି ଯିବାକୁ ବୁମରା, ପାଣ୍ଡ୍ୟା ଅମଙ୍ଗ !

ଜାତୀୟ କ୍ରିକେଟ୍‌ ଏକାଡେମି ଯିବାକୁ ବୁମରା, ପାଣ୍ଡ୍ୟା ଅମଙ୍ଗ !

Read article... times of india

ନୂଆଦିଲ୍ଲୀ: ସ୍ପୋର୍ଟସ ହାର୍ଣ୍ଣିଆର ଶିକାର ହୋଇଥିବା ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ପାଇଁ ପୁଣି ପାଣ୍ଡୋରା ବକ୍ସ ଖୋଲିଯିବାର ଆଶଙ୍କା ଜାତ ହୋଇଛି। ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ଥଇଥାନ କାର୍ଯ୍ୟକ୍ରମରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଏବଂ ଆହତ ସମସ୍ୟାରୁ ଫେରିବାକୁ ଯାଉଥିବା ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କୁ ସାମିଲ ହେବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଅମଙ୍ଗ ଥିବା ଏକ ସୂତ୍ର ଦାବି କରିଛି। ଭୁବନେଶ୍ବର କୁମାରଙ୍କ ଆହତ ସ୍ପଷ୍ଟ ହୋଇଥିବାବେଳେ ତାଙ୍କ ବଦଳରେ ସାର୍ଦୁଲ ଠାକୁରଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଦଳରେ ସାମିଲ କରାଯାଇଛି। କିନ୍ତୁ ବୁମରା ଓ ପାଣ୍ଡ୍ୟା ବିସିସିଆଇର ଚୁକ୍ତିବଦ୍ଧ ଖେଳାଳି ଥିଲେ ମଧ୍ୟ ନିର୍ଦେଶକୁ ଅବମାନନା କରି ଏନ୍‌ସିଏ ଯିବାକୁ ମନା କରିଥିବା ଜଣାପଡ଼ିଛି। ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଉପରେ ଯୋଗଶେ ପାର୍ମର ଏବଂ ବୁମରାଙ୍କ କଥା ନିନୀତ ପଟେଲଙ୍କ ଦାୟିତ୍ବରେ ରହିଛି। କ୍ରୀଡ଼ାବିତ୍‌ଙ୍କ ଆହତ ସମସ୍ୟା ଗମ୍ଭୀର ପ୍ରସଙ୍ଗ ଥିବାରୁ ଏହାକୁ ପ୍ରାଥମିକତା ଦିଆଯାଉଛି। ସେମାନେ ଏନସିଏ ଆସିବା କଥା ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି।

ଭାରତୀୟ ଦଳ‌ ଟ୍ରେନର୍‌ ନିକି ୱେବ ବ୍ୟସ୍ତ ରହୁଥିବାରୁ ଉଭୟ ବୁମରା ଏବଂ ପାଣ୍ଡ୍ୟା ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର୍‌ ରଜନୀକାନ୍ତ ଶିଭଙ୍ଗନମ୍‌ଙ୍କ ତତ୍ବାବଧାନରେ ଅଛନ୍ତି। ପୂର୍ବରୁ ରଜନୀକାନ୍ତ ଭାରତୀୟ ଟ୍ରେନର୍‌ ଦୌଡ଼ରେ ଥିଲେ ଏବଂ ଓେବ୍‌ଙ୍କଠାରୁ ହାରିଥିଲେ। ଭୁବନେଶ୍ବର କୁମାରଙ୍କ ପ୍ରସଙ୍ଗକୁ ଆସିଲେ ସେ ବିଶ୍ବକପ୍ ପରେ ୧୦୦ ପ୍ରତିଶତ ଫିଟ୍‌ ଥିଲେ। କିନ୍ତୁ ଏନସିଏ ତାଙ୍କ ପ୍ରସଙ୍ଗକୁ ଚିହ୍ନଟ କରିବାରେ ବିଫଳ ହେବାରୁ ସେ ମାତ୍ର ୨ ମ୍ୟାଚ୍‌ ପରେ ପୁଣି ବାଦ୍ ପଡ଼ିଛନ୍ତି। ବେଙ୍ଗାଲୁରୁସ୍ଥିତ ଏନସିଏରେ ସେ ପ୍ରାୟ ୩ ମାସ ବିତାଇବା ପରେ ଗତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଖେଳିଥିଲେ। ଏବେ କିନ୍ତୁ ଦିନିକିଆରୁ ବାଦ୍‌ ପଡ଼ିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe