ମାଲିଙ୍ଗା କିମ୍ବା ଷ୍ଟାର୍କ ନୁହଁ, ବୁମ୍‌ରାଙ୍କୁ ସୁପରଓଭର ଦେବେ ଆକାଶ

Advertisment
ମାଲିଙ୍ଗା କିମ୍ବା ଷ୍ଟାର୍କ ନୁହଁ, ବୁମ୍‌ରାଙ୍କୁ ସୁପରଓଭର ଦେବେ ଆକାଶ

Hindustan Times

ମୁମ୍ବାଇ: ଶ୍ରୀଲଙ୍କା ସ୍ପିଡଷ୍ଟାର ଲସିଥ ମାଲିଙ୍ଗା ସୀମିତ ଓଭର କ୍ରିକେଟ୍‌ରେ ସର୍ବାଧିକ ସଂଖ୍ୟକ ହ୍ୟାଟ୍ରିକ୍ ନେଇଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଜଣେ ଘାତକ ବୋଲର। ତେବ‌େ କୌଣସି ମ୍ୟାଚ୍‌ରେ ସୁପରଓଭର ଭଳି ପରିସ୍ଥିତି ସୃଷ୍ଟି ହେଲେ ମାଲିଙ୍ଗା କିମ୍ବା ଷ୍ଟାର୍କ ନୁହଁ ବରଂ ଭାରତୀୟ ବାମହାତୀ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବୋଲିଂ କରିବାର ସୁଯୋଗ ଦେବେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା। ବୁମ୍‌ରାଙ୍କୁ ବାଛିବାର କାରଣ ଦର୍ଶାଇବାକୁ ଯାଇ ଚୋପ୍ରା କହିଛନ୍ତି ଯେ ମାଲିଙ୍ଗା ନିଜ ସମୟରେ ଜଣେ ଶ୍ରେଷ୍ଠ ବୋଲର ଥିଲେ। ତେବେ ସେ ନିଜ ଶ୍ରେଷ୍ଠ ସମୟ ଅତିବାହିତ କରିସାରିଛନ୍ତି। ଏଣୁ ସୁପରଓଭର ପାଇଁ ମୁଁ ଏବେ ତାଙ୍କୁ ଷ୍ଟାର୍କ କିମ୍ବା ବୁମ୍‌ରାଙ୍କ ଆଗରୁ ବାଛିବି ନାହିଁ। ଷ୍ଟାର୍କଙ୍କ ସପକ୍ଷରେ ଉଚ୍ଚତା ରହିଛି। ସେ ୬ଟି ଯାକ ବଲ୍ ୟର୍କର ପକାଇପାରିବେ। ଷ୍ଟାର୍କ ମଧ୍ୟ ଉଭୟ ଓଭର ଦ ୱିକେଟ୍ ଏବଂ ରାଉଣ୍ଡ ଦ ୱିକେଟ୍ ବୋଲିଂ କରିପାରିବେ। ଫର୍ମରେ ଥିଲେ ମୁଁ ତାଙ୍କ ସପକ୍ଷରେ ମତ ଦେବି। ଷ୍ଟାର୍କ ଓ ବୁମ୍‌ରାଙ୍କ ମଧ୍ୟରୁ ଜଣକୁ ବାଛିବା ନିଶ୍ଚିତ ଭାବେ କଷ୍ଟକର। ଆପଣ ଅଷ୍ଟ୍ରେଲୀୟ ‌ହୋଇଥିଲେ ଷ୍ଟାର୍କ ଏବଂ ଭାରତୀୟ ହୋଇଥିଲେ ବୁମ୍‌ରାଙ୍କୁ ବଲ୍ ଦେବେ। ବୁମ୍‌ରାଙ୍କୁ ମୁଁ ଗୁଜରାଟ ଲାୟନ୍ସ ବିପକ୍ଷରେ ସୁପର ଓଭର ବୋଲିଂ କରିବାର ଦେଖିଛି। ଭାରତୀୟ ଭାବେ ତାଙ୍କୁ ନିକଟରୁ ଜାଣି ଥିବାରୁ ମୁଁ ତାଙ୍କୁ ହିଁ ବାଛିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe