ହାଇଦ୍ରାବାଦରେ ବୁଲୁଛନ୍ତି ବୁମ୍‌ରାଙ୍କ ଅବିକଳ

Advertisment
ହାଇଦ୍ରାବାଦରେ ବୁଲୁଛନ୍ତି ବୁମ୍‌ରାଙ୍କ ଅବିକଳ

CricTracker.com

ହାଇଦ୍ରାବାଦ: ନବେ ଦଶକରେ ବଲିଉଡ୍‌ ତାରକାଙ୍କ ସମରୂପୀ ତଥା ଅବିକଳ ବ୍ୟକ୍ତିମାନଙ୍କୁ ଦେଖିବାକୁ ମିଳୁଥିଲା। ଏବେ ଭାରତୀୟ କ୍ରିକେଟରଙ୍କ ସେଭଳି ଅବିକଳ ନଜରକୁ ଆସିଲେଣି। ଅତୀତରେ ବିରାଟ କୋହଲି ଏବଂ ଶିଖର ଧାୱନଙ୍କ ଅବିକଳଙ୍କୁ ପ୍ରଶଂସକମାନେ ଦେଖିଥିବା ବେଳେ ଏହି ତାଲିକାରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ନାମ ସାମିଲ ହୋଇଛି। ରାଜ ମିଶ୍ର ନାମକ ଜଣେ ତେଲେଙ୍ଗାନା କ୍ରୀଡ଼ାବିତ୍‌ (ୱାକର୍‌) ବେଳେବେଳେ ପ୍ରଶଂସକଙ୍କ ମନରେ ଯଶପ୍ରୀତ୍ ବୁମରାଙ୍କ ଭ୍ରମ ସୃଷ୍ଟି କରିଛନ୍ତି।‌ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେଇସାରିଥିବା ରାଜ ଖେଳ ଜୀବନସାରା ବୁମ୍‌ରାଙ୍କ ଭ୍ରମ ସୃଷ୍ଟି କରୁଥିବାରୁ ମଧ୍ୟ ଅଧିକ ଚର୍ଚିତ ହୋଇଥା’ନ୍ତି। ‘ବେଳେବେଳେ ମୋତେ ଲୋକମାନେ ବୁମ୍‌ରା ଭାବି ଡାକିଥାନ୍ତି ଏବଂ ପରେ ନିଜ ଭୁଲ ଜାଣିପାରି କ୍ଷମା ମାଗିନିଅନ୍ତି’‌‌ ବୋଲି ରାଜ ପ୍ରକାଶ କରିଛନ୍ତି। ଗତବର୍ଷ ମୁଁ ଜାତୀୟ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ରହିଥିଲି। ଏଥର ନିଜେ ପ୍ରସ୍ତୁତି କରୁଥିଲେ ମଧ୍ୟ କୋଭିଡ୍-୧୯ ମହାମାରୀ ସବୁ ଯୋଜନାକୁ ପଣ୍ଡ କରିଦେଇଛି‌, କିନ୍ତୁ ମୁଁ ନିଜ ତାଲିମରେ ଢିଲା ମାରିନି ବୋଲି ରାଜ କହିଛନ୍ତି। ଅନ୍ୟପକ୍ଷରେ ବୁମରା ୨୦୧୯ ବିଶ୍ବକପ୍‌ରେ ଶ୍ରେଷ୍ଠ ଭାରତୀୟ ବୋଲର ଥିଲେ ଏବଂ ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ରେ ‌ହ୍ୟାଟ୍ରିକ୍ ନେଇଥିଲେ। ଏହାପରେ ସେ ପିଠି ଯନ୍ତ୍ରଣାରେ ପଡ଼ିବାରୁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe