କୁମ୍ବଲେଙ୍କ କୀର୍ତ୍ତିମାନ ସମକକ୍ଷ ହେଲେ ବୁମ୍‌ରା

Advertisment
ଟେଷ୍ଟ୍‌ ମାନ୍ୟତା: ବୁମ୍‌ରା ନବମକୁ ଉଠିଲେ

MSN.com

ମେଲ୍‌ବର୍ନ: ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ମଙ୍ଗଳବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ ଅବସରରେ ଅନିଲ କୁମ୍ବଲେଙ୍କ ଏକ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ମେଲ୍‌ବର୍ନରେ ସେ କୁମ୍ବଲେଙ୍କ ସହ ଯୁଗ୍ମ ଭାବେ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ପ୍ୟାଟ୍‌ କମିନ୍ସଙ୍କୁ ଆଉଟ୍‌ କରି ଐତିହାସିକ ମେଲ୍‌ବର୍ନ ଗ୍ରାଉଣ୍ଡରେ ବୁମ୍‌ରା ନିଜର ୧୫ତମ ୱିକେଟ୍‌ କରାୟତ୍ତ କରିଥିଲେ। ଯାହାକି କୁମ୍ବଲେଙ୍କ ୱିକେଟ୍‌ ସଂଖ୍ୟା ସହ ସମାନ ହୋଇଯାଇଛି। ବୁମ୍‌ରା ଏହି ଟେଷ୍ଟ୍‌ରେ ୪୩-୧୦-୧୧୦-୬ର ବୋଲିଂ ଚିତ୍ର ପ‌ାଇଥିଲେ। ସଂଯୋଗବଶତଃ ଗତଥର ବକ୍ସିଂ ଡେ’ ଟେଷ୍ଟ୍‌ରେ ମଧ୍ୟ ବୁମ୍‌ରା ହିରୋ ପାଲଟିଥିଲେ। ସେହି ଟେଷ୍ଟ୍‌ରେ ବୁମ୍‌ରା ୯ ୱିକେଟ୍‌ ଦଖଲ କରିଥିଲେ ଏବଂ ଭାରତ ୧୩୭ ରନ୍‌ର ବିଜୟ ହାସଲ କରିଥିଲା।

ବକ୍ସିଂ ଡେ’ ଟେଷ୍ଟ୍‌ (ମେଲ୍‌ବର୍ନ)ରେ ଦୁଇ ଥର ୧୩.୦୬ ହାରରେ କୌଣସି ବୋଲର ୧୫ ୱିକେଟ୍‌ ନେଇଥିଲା ବେଳେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ଚମତ୍କାର ଭାବେ ୩୧.୧ ରହିଛି। ଏକ୍ଷେତ୍ରରେ ବୁମ୍‌ରା ଗୋଟିଏ ପାଳିରେ ୩୩ ରନ୍‌ରେ ୬ ୱିକେଟ୍‌ ନେବା ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe