ବୁମ୍‌ରା ପୁଣି ଏକ ନମ୍ବର

Advertisment

ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।

ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।

fsffshff

ଦୁବାଇ: ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ଏହି ଟେଷ୍ଟ୍‌ରେ ୭୨ ରନ୍ ବିନିମୟରେ ୮ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ପରେ ବୋଲରଙ୍କ ମାନ୍ୟତାରେ ତୃତୀୟରୁ ପ୍ରଥମ ସ୍ଥାନକୁ ଡେଇଁଛନ୍ତି ସେ। ବୁମ୍‌ରା ମଧ୍ୟ କ୍ୟାରିୟର୍ ଶ୍ରେଷ୍ଠ ୮୮୩ ପଏଣ୍ଟ୍‌ ପାଇଛନ୍ତି। ଏହି କ୍ରମରେ ସେ ଦକ୍ଷିଣ ଆଫ୍ରିକାର କାଗି ସୋ ରବାଡ଼ା (୮୭୨) ଓ ଅଷ୍ଟ୍ରେଲିଆର ଜୋସ୍ ହାଜଲଉଡ୍‌ (୮୬୦)ଙ୍କୁ ଟପି ଯାଇଛନ୍ତି। ବୁମ୍‌ରାଙ୍କ ନୂଆ ବଲ୍ ସାଥୀ ମହମ୍ମଦ ସିରାଜ ମଧ୍ୟ ତିନିଟି ସ୍ଥାନ ଉପରକୁ ଉଠି ୨୫ରେ ପହଞ୍ଚି ଯାଇଛନ୍ତି। 

ସେହିଭଳି ପର୍ଥ ଟେଷ୍ଟ୍‌ରେ ଦ୍ବିତୀୟ ପାଳିରେ ୧୬୧ ରନ୍‌ କରି ଭାରତର ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିବା ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ କ୍ୟାରିୟର୍ ଶ୍ରେଷ୍ଠ ୮୨୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କଠାରୁ ୭୮ ପଏଣ୍ଟ୍‌ ଅଧିକ ଅର୍ଜନ କରି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତେବେ ସବୁଠାରୁ ଉଲ୍ଲେଖନୀୟ ଉନ୍ନତି କିଂବଦନ୍ତି ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ପର୍ଥ ଟେଷ୍ଟ୍‌ ଅବସରରେ ପାଖାପାଖି ୫୦୦ ଦିନ ପରେ ଶତକୀୟ ପାଳି ଖେଳିଥିବା କୋହଲି ଏକାଥରକେ ଉପରକୁ ୯ସ୍ଥାନ ଲମ୍ଫ ମାରି ତ୍ରୟୋଦଶ ସ୍ଥାନ ଅଧିକାର କରି ନେଇଛନ୍ତି। ଭାରତୀୟ ୱିକେଟ୍ ରକ୍ଷକ ଋଷଭ ପନ୍ତ ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି। ସେ ୭୩୬ ପଏଣ୍ଟ୍‌ରେ ଅଛନ୍ତି। ପର୍ଥ ଟେଷ୍ଟ୍ ନଖେଳିବା‌ ସତ୍ତ୍ବେ ଅଲରାଉଣ୍ଡର୍ ମାନ୍ୟତାରେ ଭାରତର ଦୁଇ ଅଭିଜ୍ଞ ତାରକା ରବୀନ୍ଦ୍ର ଜାଡ଼େଜା ଓ ଆର୍‌ ଅଶ୍ବିନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ନିଜନିଜ ସ୍ଥିତି ଆହୁରି ମଜବୁତ କରି ନେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe