ବୁମ୍‌ରା ନୂଆ ବଲ୍‌ ଓ ୟର୍କର ପକାଇବାକୁ ଆଗ୍ରହୀ ଥିଲେ: ବଣ୍ଡ

Advertisment
ଏସିଆ କପ୍ : ଦଳକୁ ଫେରିପାରନ୍ତି ବୁମରା, ରାହୁଲ ଓ ଆୟର

zeenews.india.com

ଆବୁଧାବି: ଚଳିତ ବର୍ଷ ଆଇପିଏଲ୍‌ରେ ଆରମ୍ଭରୁ ବିଫଳ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୪ ୱିକେଟ୍‌ ସଫଳତା ପାଇଥିଲେ। ୨୦ ରନ୍‌ରେ ଦଖଲ କରିଥିବା ୪ ୱିକେଟ୍‌ ମଧ୍ୟରେ ପ୍ରତିପକ୍ଷ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ପୁରସ୍କାର ୱିକେଟ୍‌ ସାମିଲ ଥିଲା। ଏଥି ସହିତ ସେ ମଧ୍ୟ ତାଙ୍କ ବିଧ୍ବଂଶୀ ଶ୍ରେଷ୍ଠ ପ୍ରଦର୍ଶନ ଫେରିପାଇଥିଲେ। ବିଫଳ ହେଉଥିବାରୁ ଏହି ମ୍ୟାଚ୍‌ ପୂର୍ବରୁ ବୁମ୍‌ରା ଦୁଃଖିତ ଥିଲେ। କିନ୍ତୁ ଏହି ମ୍ୟାଚ୍‌ ଜରିଆରେ ୨୬ ବର୍ଷୀୟ ବୁମ୍‌ରା ଚଳିତ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ନୂଆ ବଲ୍‌ରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ନୂଆ ବଲ୍‌ରେ ବୋଲିଂ କରିବା ଏବଂ ତାଙ୍କ ମୁଖ୍ୟ ଅସ୍ତ୍ର ୟର୍କରକୁ ଫେରିବା ଲାଗି ସେ ଆଗ୍ରହୀ ଥିଲେ। ଆମେ ମଧ୍ୟ ପାୱାରପ୍ଲେ ସମୟରେ ତାଙ୍କୁ ଉପଯୋଗ କରିଥିଲୁ।

ତେବେ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌ ପୂର୍ବଦିନ ହିଁ ତାଙ୍କୁ ନୂଆ ବଲ୍‌ ଦେବାନେଇ ଦଳ ମଧ୍ୟରେ ଆମେ ଆଲୋଚନା କରିଥିଲୁ ବୋଲି ଦଳର ବୋଲିଂ ପ୍ରଶିକ୍ଷକ ସେନ୍‌ ବଣ୍ଡ ମଙ୍ଗଳବାର ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀ‌ରେ କହିଥିଲେ। ଏଠା‌ର ପିଚ୍‌ ଘାସୁଆ ଥିବାରୁ ବୁମ୍‌ରା ସଫଳତା ପାଇବା ଆଶା ଥିଲା। ରାଜସ୍ଥାନ ରୟାଲ୍ସର ଶୀର୍ଷକ୍ରମରେ ତାରକା ଖେଳାଳି ଥିଲେ। ତେଣୁ ବୁମ୍‌ରାଙ୍କୁ ଆମେ ବ୍ୟବହାର କରି ଆରମ୍ଭରୁ କିଛି ୱିକେଟ୍‌ ନେବାର ଯୋଜନା ରଖିଥିଲୁ। ବୁମ୍‌ରା ଆଇପିଏଲ୍‌ ଆରମ୍ଭରୁ ବିଫଳ ହେଉଥିବାରୁ ଦୁଃଖିତ ଥିଲେ। ସେ ପୁଣି ଥରେ ଲୟକୁ ଫେରିବା ଲାଗି ଇଚ୍ଛୁକ ଥିଲେ। ମୁଁ ଜାଣିଛି ଆଇପିଏଲ୍‌ରେ ବୁମ୍‌ରାଙ୍କ ଟ୍ରେଣ୍ଡ ଦିନକୁ ଦିନ ବଢ଼ିବାକୁ ଲାଗିଛି ବୋଲି ବଣ୍ଡ୍‌ କହିଛନ୍ତି।

ପୂର୍ବତନ ଦ୍ରୁତ ବୋଲର ବଣ୍ଡ ପୁଣି କହିଛନ୍ତି ଯେ ଆମେ ବିଜେତା ଦଳ। ଏବେ ପଏଣ୍ଟ୍‌ ଟେବୁଲ ଶୀର୍ଷରେ ରହିଛୁ। ମୋର ବିଶ୍ବାସ ରହିଛି ଆମେ ନିଶ୍ଚିତ ପ୍ଲେ ଅଫ୍‌ରେ ପହଞ୍ଚିବୁ। ରାଜସ୍ଥାନ ଦଳରେ ଜୋସ ବଟ୍ଟଲର, ଷ୍ଟିଭ୍‌ ସ୍ମିଥ୍‌ ଓ ସଂଜୁ ସାମସନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଥିବାରୁ ଆମର ବୋଲିଂ ଯୋଜନା ଏହି ସମସ୍ତଙ୍କ ପାଇଁ ଅଲଗା ଅଲଗା କରିଥିଲୁ ବୋଲି ଏହି ନ୍ୟୁଜିଲାଣ୍ଡ ତାରକା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe