ଧୋନିଙ୍କ ୨୦୧୧ ବିଶ୍ବକପ୍‌ ବିଜୟୀ ଛକାକୁ ପସନ୍ଦ କରନ୍ତି ବଟଲର

Advertisment
ଧୋନିଙ୍କ ୨୦୧୧ ବିଶ୍ବକପ୍‌ ବିଜୟୀ ଛକାକୁ ପସନ୍ଦ କରନ୍ତି ବଟଲର

ନୂଆଦିଲ୍ଲୀ: ଏମ୍‌ଏସ୍‌ ଧୋନିଙ୍କ ୨୦୧୧ ବିଶ୍ବକପ୍‌ ବିଜୟୀ ଛକାକୁ ଇଂଲଣ୍ଡ ୱିକେଟ୍‌ରକ୍ଷକ-ବ୍ୟାଟ୍ସମ୍ୟାନ୍‌ ଜୋସ ବଟ୍ଟଲରଙ୍କ ସବୁଠୁ ଅଧିକ ପସନ୍ଦ। ଏହି କଥା ଏକ ସାକ୍ଷାତକାରରେ ସେ କହିଛନ୍ତି। ‘‘ବିଶ୍ବକପ୍‌ ବିଜୟ ବେଳେ ଧୋନି ମାରିଥିବା ଛକା ସଟ୍‌କୁ ମୁଁ ଖୁବ୍‌ ଭଲପାଏ ଏବଂ ଏହା ପରେ ତାଙ୍କ ବ୍ୟାଟ୍‌ ଘୁରାକୁ। ସେହି ବିଜୟୀ ଛକାକୁ ଏବେ ବି ମୁଁ ଭୂଲିପାରୁନି ବୋଲି ବଟଲର୍‌ କହିଛନ୍ତି।

ଧୋନି ସବୁ କିଛି ଦେଇଛନ୍ତି। ଏହା ବୋଧ ‌ହୁଏ ଭାରତୀୟ କ୍ରିକେଟ୍‌ର ସବୁଠୁ ଶ୍ରେଷ୍ଠ ମୁହୂର୍ତ୍ତ। ତାଙ୍କ ଖେଳ ସବୁବେଳେ ମୁଁ ଦେଖିବାକୁ ଭଲ ପାଏ। ମୁଁ ଏହା ପସନ୍ଦ କରୁଥିବାରୁ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହିଁଥାଏ। ତାଙ୍କ ଖେଳ ଭାବନା ଅତି ଚମତ୍କାର ଅଟେ।‌ ସେ ବିପକ୍ଷ ଖେଳାଳିଙ୍କୁ ଶୀଘ୍ର ଠଉରାଇ ନେଇଥା’ନ୍ତି। କୌଣସି ପରିସ୍ଥିତିକୁ ନେଇ ସେ ଅଧିକ ଚିନ୍ତିତ ‌ହୁଅନ୍ତିନି’’ ବୋଲି ବଟ୍ଟଲର କହିଛନ୍ତି। ଷ୍ଟମ୍ପ ପଛରେ ଧୋନିଙ୍କ କ୍ଷୀପ୍ରତାକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି। ‘‘ଜଣେ ୱିକେଟ୍‌ରକ୍ଷକ ଭାବେ ତାଙ୍କ ହାତ ହେଉଛି ବଜ୍ରପାତ ପରି ଚଞ୍ଚଳ। ପ୍ରତିକ୍ରିୟା ବି ସେଭଳି। ତାଙ୍କ ଟେକ୍‌ନିକ ବି ଚମତ୍କାର। ସେ ବଲ୍‌ ଧରିବା ପୂର୍ବରୁ ତାଙ୍କ ହାତ ପ୍ରାୟ ଷ୍ଟମ୍ପ ଆଡ଼କୁ ଗତି କରିଥାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ’’ ବୋଲି ବଟଲର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe