England's Jos Buttler plays a shot during play on the third day of the fourth Test cricket match between England and India at the Ageas Bowl in Southampton, south-west England on September 1, 2018. / AFP PHOTO / Glyn KIRK / RESTRICTED TO EDITORIAL USE. NO ASSOCIATION WITH DIRECT COMPETITOR OF SPONSOR, PARTNER, OR SUPPLIER OF THE ECB
ସାଉଥାମ୍ପଟନ୍: ପ୍ରଥମ ପାଳି ତୁଳନାରେ ଇଂଲଣ୍ଡର ଦ୍ୱିତୀୟ ପାଳି ଉନ୍ନତ ରହିବାରୁ ଚଳିତ ଚତୁର୍ଥ ଟେଷ୍ଟ୍ରେ ଭାରତ ଉପରେ ଚାପ ବଢ଼ିଛି। ଚତୁର୍ଥ ପାଳି ଖେଳିବା କଷ୍ଟକର ଥିବାରୁ ଭାରତକୁ ଏବେ ଜିତିବା ଲାଗି ବଂଧୁର ପଥ ଯିବାର ଅଛି। ଭାରତ ସୁଯୋଗ ସୃଷ୍ଟି କରିଥିଲେ ବି ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ଜୋସ୍ ବଟ୍ଲର୍ ବାଟ ଓଗାଳିଥିଲେ। ତାଙ୍କୁ ସାଥ୍ ଦେଇଥିଲେ ଯୁବ ତାରକା ସାମ୍ କରନ୍। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ଓ୍ଵିକେଟ୍ରେ ୨୬୦ ରନ୍ ସଂଗ୍ରହ କରିଛି। ହାତରେ ୨ ଓ୍ଵିକେଟ୍ ରଖି ଘରୋଇ ଦଳ ୨୩୩ ରନ୍ରେ ଆଗୁଆ ରହିଛି। ଶନିବାର ଇଂଲଣ୍ଡ ୬/୦ରୁ ଖେଳିଥିଲା। ଶୃଙ୍ଖଳା ସାରା ଖରାପ ଫର୍ମରେ ଥିବା ପୂର୍ବତନ ଅଧିନାୟକ ଆଲେଷ୍ଟର୍ କୁକ୍ (୧୨) ଏହି ଚାପରୁ ବାହାରି ପାରିନଥିଲେ। ପ୍ରଥମ ପାଳି ପ୍ରଦର୍ଶନ ଆଧାରରେ ବ୍ୟାଟିଂ ପଦୋନ୍ନତି ସହ ଆସିଥିବା ମୋଇନ୍ ଅଲୀ (୯) କିନ୍ତୁ ସେଭଳି କିଛି କରିସ୍ମା କରି ପାରିନଥିଲେ। କୁକ୍ଙ୍କୁ ବୁମରା ଏବଂ ମୋଇନ୍ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିଲେ। ଉଭୟ କ୍ୟାଚ୍ ସ୍ଲିପ୍ରେ ନେଇଥିଲେ ଲୋକେଶ ରାହୁଲ। ୩୩ ରନ୍ରେ ଇଂଲଣ୍ଡ ଉଭୟଙ୍କ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଜୋ ରୁଟ୍ (୪୮, ୮୮ ବଲ, ୬ ଚୌକା) ଏବଂ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କିଟନ୍ ଜେନିଙ୍ଗ୍ସ (୩୬, ୮୭ ବଲ, ୬ ଚୌକା) ତୃତୀୟ ଓ୍ଵିକେଟ୍ ପାଇଁ ୫୯ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଏହି ସମୟରେ ମହମ୍ମଦ ସାମିଙ୍କ ଜରିଆରେ ଭାରତ ୩ ଓ୍ଵିକେଟ୍ ବାହାର କରି ନେଇଥିଲା। ଜେନିଙ୍ଗ୍ସଙ୍କୁ ସେ ଲେଗ୍ ବିଫୋର୍ ଓ୍ଵିକେଟ୍ କରାଇନେବା ପରେ ରୁଟ୍ଙ୍କୁ ରନ୍ ଆଉଟ କରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ଆହତ କାରଣରୁ କେବଳ ବ୍ୟାଟସମ୍ୟାନ୍ ଭାବେ ଖେଳିଥିବା ଓ୍ଵିକେଟରକ୍ଷକ ବେୟାରଷ୍ଟୋଙ୍କୁ ଖାତା ଖୋଲିବା ପୂର୍ବରୁ ସାମି ବୋଲ୍ଡ କରି ଦେଇଥିଲେ। ୧୨୨ ରନ୍ରେ ଇଂଲଣ୍ଡ ୫ ଓ୍ଵିକେଟ୍ ହରାଇଥିଲା। କିନ୍ତୁ ଆଉ ଏକ ଭଲ ଭାଗୀଦାରି କରି ବେନ୍ ଷ୍ଟୋକ୍ସ ୯୩୦, ୧୧୦ ବଲ୍, ୨ ଚୌକା) ଏବଂ ଜୋସ୍ ବଟଲର୍ ଭାରତକୁ ନିରାଶ କରିଥିଲେ। ଷ୍ଟୋକ୍ସଙ୍କ ଧୈର୍ଯ୍ୟକୁ ଅଶ୍ୱିନ୍ ଭାଙ୍ଗିଥିଲେ ମଧ୍ୟ ବଟ୍ଲର୍ ପ୍ରାଚୀର ଭଳି ଛିଡ଼ା ହୋଇ ନିଜ ଅର୍ଧଶତକ ହାସଲ କରି ନେଇଥିଲେ। ଦ୍ୱିତୀୟ ନୂଆ ବଲ୍ ଆସିବା ପରେ ବଟ୍ଲର୍ (୬୯, ୧୨୨ ବଲ୍, ୭ ଚୌକା) ଏବଂ ରସିଦ୍ (୧୧)ଙ୍କୁ ଯଥାକ୍ରମେ ଈଶାନ୍ତ ଓ ସାମି ଆଉଟ୍ କରିଥିଲେ। ତେବେ ପ୍ରଥମ ପାଳି ଭଳି ୨୦ ବର୍ଷୀୟ ସାମ୍ କରନ୍ (୩୭*, ୬୭ ବଲ, ୭ ଚୌକା) ବି କଣ୍ଟା ସାଜିଛନ୍ତି।
Follow Us