ବଟଲର୍‌ ଇଂଲଣ୍ଡ ଧଳାବଲ୍‌ ଅଧିନାୟକ

Advertisment
ବଟଲର୍‌ ଇଂଲଣ୍ଡ ଧଳାବଲ୍‌ ଅଧିନାୟକ

ଲଣ୍ଡନ: ଜୋସ୍‌ ବଟଲର୍‌ ଇଂଲଣ୍ଡର ନୂଆ ଧଳାବଲ୍‌ ଅଧିନାୟକ ମନୋନୀତ ହୋଇଛନ୍ତି। ଇଅନ ମୋର୍ଗାନ୍‌ ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲା ବେଳେ ବଟଲର୍‌ଙ୍କୁ ସୀମିତ ଓଭର ଅଧିନାୟକ ମନୋନୀତ କରାଗଲା ବୋଲି ଗୁରୁବାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଘୋଷଣା କରିଛି। ଫଳରେ ବଟଲର୍‌ ଆସନ୍ତା ମାସରେ ଭାରତ ବିପକ୍ଷ ଶୃଙ୍ଖଳା (୩ ଟ୍ବେଣ୍ଟି-୨୦ ଏବଂ ୩ ଦିନିକିଆ) ଜରିଆରେ ପ୍ରଥମ ଥର ଲାଗି ଇଂଲଣ୍ଡର ନେତୃତ୍ବ ଦାୟିତ୍ବ ତୁଲାଇବେ। ଏହା ପୂର୍ବରୁ ଜଣେ କାମଚଳା ଅଧିନାୟକ ଭାବେ ବଟଲର୍‌ ଇଂଲଣ୍ଡ ପାଇଁ ୯ ଦିନିକିଆ ଏବଂ ୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଦାୟିତ୍ବ ତୁଲାଇଥିଲେ। ଏବେ ସ୍ଥାୟୀ ପଦ ମିଳିବା ପରେ ବଟଲର୍‌ ଖୁସୀ ବ୍ୟକ୍ତ କରିବା ସହିତ ଏହା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe