ପାକିସ୍ତାନକୁ ବାସନ୍ଦ କରିବାକୁ ପିଟିସନ୍

Advertisment
ପାକିସ୍ତାନକୁ ବାସନ୍ଦ କରିବାକୁ ପିଟିସନ୍

ଲାହୋର: ଭାରତଠାରୁ ଲଜ୍ଜାଜନକ ପରାଜୟ ପରେ ଜଣେ ହତାଶ ପାକିସ୍ତାନ ପ୍ରଶଂସକ ନିଆରା ଉପାୟରେ ନିଜ କ୍ରୋଧ ଜାହିର କରିଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳକୁ ବାସନ୍ଦ କରିବା ସହ ଚୟନ ସମିତିକୁ ବରଖାସ୍ତ କରିବା ଦାବି ନେଇ ଗୁଜରନୱାଲା ଦେୱାନୀ ଅଦାଲତରେ ସେ ମଙ୍ଗଳବାର ପିଟିସନ୍ ଦାୟର କରିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏହି ଅଦାଲତ ପିଟିସନ୍‌ଙ୍କୁ ଗ୍ରହଣ କରିଛନ୍ତି। ବିଚାରପତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧିକାରୀଙ୍କୁ ସମନ ବି ଜାରି କରିଛନ୍ତି। ସେପଟେ ବୁଧବାର ଲାହୋରରେ ବସିବାକୁ ଥିବା ବୈଠକରେ ପାକିସ୍ତାନ କ୍ରିକେଟ୍ ଦଳର ପରିଚାଳନା ମଣ୍ଡଳିରେ ପିସିବି ପରିଚାଳନା ପରିଷଦ ବ୍ୟାପକ ଅଦଳ ବଦଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ମୁଖ୍ୟ ଚୟନକର୍ତା ଇଞ୍ଜମାମ-ଉଲ୍-ହକଙ୍କ ପଦ ଚାଲିଯିବାର ଆଶଙ୍କା ଦେଖା ଦେଇଛି। ପ୍ରଶିକ୍ଷକ ମିକି ଅର୍ଥର ମଧ୍ୟ ବିଶ୍ବକପ୍ ପରେ ବିଦା ହେବା ଏକ ପ୍ରକାର ନିଶ୍ଚିତ। ପ୍ରବନ୍ଧକ ତଲତ ଅଲ୍ଲୀ, ବୋଲିଂ ପ୍ରଶିକ୍ଷକ ଆଝାର ମେହମୁଦଙ୍କ ସହ ପୂରା ଚୟନ ସମିତି ବରଖାସ୍ତ ହୋଇପାରେ। ଏହି ମହତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ଲାଗି ପିସିବିର ପରିଚାଳନା ନିର୍ଦେଶକ ୱାସିମ ଖାନ୍ ତାଙ୍କ ବିଦେଶ ଗସ୍ତ କାଣ୍ଟ ଛାଣ୍ଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe