ବିଡବ୍ଲୁଏଫ୍‌ ଟୁର୍‌ ଫାଇନାଲ୍ସ: ସମୀର ବିଦା, ଫାଇନାଲ୍‌ରେ ସିନ୍ଧୁ

Advertisment
ଇଣ୍ଡିଆ ଓପନ୍‌ କ୍ବାର୍ଟର୍‌ରେ ସିନ୍ଧୁ, ଶ୍ରୀକାନ୍ତ

ଗୁଆଙ୍ଗଝୁ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଲଗାତାର ଦ୍ବିତୀୟ ଥର ଲାଗି ବିଡବ୍ଲୁଏଫ୍‌ ଟୁର୍‌ ଫାଇନାଲ୍ସର ମହିଳା ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗତ ଥରର ଏହି ଉପବିଜୟିନୀ ଶନିବାର ସେମିଫାଇନାଲ୍‌ରେ ୨୦୧୩ ବିଜୟିନୀ ଥାଇଲାଣ୍ଡ୍‌ର ରାଚାନକ ଇଣ୍ଟାନନ୍‌ଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୬, ୨୫-୨୩ରେ ଇଣ୍ଟାନନ୍‌ଙ୍କୁ ମାତ୍‌ ଦେଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଷଷ୍ଠ ମାନ୍ୟତା ସିନ୍ଧୁ ରବିବାର ଫାଇନାଲ୍‌ରେ ଜାପାନ୍‌ର ନାଜୋମି ଓକୁହାରାଙ୍କୁ ଭେଟିବେ। ଦ୍ବିତୀୟ ମାନ୍ୟତା ଓକୁହାରା ଅନ୍ୟ ସେମିଫାଇନାଲ୍‌ରେ ନିଜ ଦେଶର ଆକାମି ଆମାଗୁଚିଙ୍କୁ ହରାଇଥିଲେ। ଗତ ସଂସ୍କରଣ ଫାଇନାଲ୍‌ରେ ମଧ୍ୟ ସିନ୍ଧୁ-ଓକୁହାରା ମୁହାଁମୁହିଁ ହୋଇଥିଲେ। ଏଥିରେ ଓକୁହାରା ଟ୍ରଫି ହାତେଇଥିଲ। ଫଳରେ ଗତଥର ପରାଜୟର ପ୍ରତିଶୋଧ ‌ନେବାର ସୁଯୋଗ ଏଥର ସିନ୍ଧୁଙ୍କୁ ମିଳିଛି। ଅନ୍ୟପକ୍ଷରେ ପୁରୁଷ ଏକକ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ତାରକା ସମୀର ବର୍ମାଙ୍କ ଅଭିଯାନ ସେହିଠାରୁ ଶେଷ ହୋଇଛି। ଶନିବାର ମୁକାବିଲାରେ ସମୀର କଡ଼ା ସଂଘର୍ଷ କରିବା ସତ୍ତ୍ବେ ୨୧-୧୨, ୨୦-୨୨, ୧୭-୨୧ରେ ଅଲ୍‌ ଇଂଲଣ୍ଡ ଓ ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜେତା ଦ୍ବିତୀୟ ମାନ୍ୟତା ଚୀନ୍‌ର ସି ୟିକୁଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe