ରିଲାଏନ୍ସ ସହ ତ୍ରୁଟିପୂର୍ଣ୍ଣ ଚୁକ୍ତି ପାଇଁ ଆଇଓସିର ୨୪ କୋଟି କ୍ଷତି

Advertisment

ରିଲାଏନ୍ସ ଇଣ୍ଡିଆ ଲିମିଟେଡ୍‌ (ଆର୍‌ଆଇଏଲ୍‌) ସହିତ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓସି)ର ତ୍ରୁଟିପୂର୍ଣ୍ଣ ପ୍ରାୟୋଜକ ଚୁକ୍ତି ପାଇଁ ଏହି ଜାତୀୟ କ୍ରୀଡ଼ା ସଂଘକୁ ୨୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ରିଲାଏନ୍ସ ଇଣ୍ଡିଆ ଲିମିଟେଡ୍‌ (ଆର୍‌ଆଇଏଲ୍‌) ସହିତ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓସି)ର ତ୍ରୁଟିପୂର୍ଣ୍ଣ ପ୍ରାୟୋଜକ ଚୁକ୍ତି ପାଇଁ ଏହି ଜାତୀୟ କ୍ରୀଡ଼ା ସଂଘକୁ ୨୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ddggaggd

OpIndia

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡିଆ ଲିମିଟେଡ୍‌ (ଆର୍‌ଆଇଏଲ୍‌) ସହିତ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓସି)ର ତ୍ରୁଟିପୂର୍ଣ୍ଣ ପ୍ରାୟୋଜକ ଚୁକ୍ତି ପାଇଁ ଏହି ଜାତୀୟ କ୍ରୀଡ଼ା ସଂଘକୁ ୨୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ସିଏଜି ରିପୋର୍ଟ ଅନୁସାରେ, ୨୦୨୨ ଅଗଷ୍ଟ ୧ ତାରିଖରେ ଉଭୟ ସଂସ୍ଥାଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଏସୀୟ କ୍ରୀଡ଼ା (୨୦୨୨, ୨୦୨୬), ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୨୨, ୨୦୨୬), ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ଓ ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଆର୍‌ଆଇଏଲ୍‌କୁ ଆଇଓଏ ସହିତ ଯୋଡ଼ି ହେବା ପାଇଁ ଚୁକ୍ତି ମାଧ୍ୟମରେ ଅଧିକାର ମିଳିଥିଲା। ଏଥିପାଇଁ ଅଲିମ୍ପିକ୍ସ ସମୟରେ ଆର୍‌ଆଇଏଲ୍‌ ପ୍ୟାରିସ୍‌ରେ ‘ଇଣ୍ଡିଆ ହାଉସ୍‌’ ନିର୍ମାଣ କରିଥିଲା।

ପରବର୍ତ୍ତୀ ସମୟରେ ୨୦୨୩ ଡିସେମ୍ବର ୫ ତାରିଖରେ ଏକ ସଂଶୋଧିତ ଚୁକ୍ତି କରାଯାଇ ଆରଆଇଏଲ୍‌କୁ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ା (୨୦୨୬, ୨୦୩୦) ଓ ଯୁବ ଅଲିମ୍ପିକ୍‌ କ୍ରୀଡ଼ା (୨୦୨୬, ୨୦୩୦) ପାଇଁ ମଧ୍ୟ ଅନୁମତି ମିଳିଛି। ହେଲେ ଏହି ଅତିରିକ୍ତ କ୍ରୀଡ଼ାଗୁଡ଼ିକ ଯୋଡ଼ି ହୋଇଥିଲେ ମଧ୍ୟ ମୂଳଚୁକ୍ତିର ପ୍ରାୟୋଜକ ଅର୍ଥରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟୋଜକ ବାବଦକୁ ୩୫ କୋଟି ଟଙ୍କାର ଚୁକ୍ତି ହୋଇଥିଲା। କିନ୍ତୁ ଅତିରିକ୍ତ ୪ କ୍ରୀଡ଼ା ପାଇଁ ଆଇଓଏ ଏହି ମୂଲ୍ୟକୁ ୩୫ କୋଟିରୁ ୫୯ କୋଟିକୁ ବୃଦ୍ଧି କରିପାରିଥାନ୍ତା। ପ୍ରତି କ୍ରୀଡ଼ା ପାଇଁ ୬ କୋଟି ଟଙ୍କା ହିସାବ କରାଯାଇ ଏହି ମୂଲ୍ୟ ନିର୍ଧାରଣ କରାଯାଇଥିଲା। ତେଣୁ ଆର୍‌ଆଇଏଲ୍‌କୁ ଅହେତୁକ ଅନୁକମ୍ପା ଦେଖାଇଥିବାରୁ ଆଇଓଏକୁ ଏଭଳି ତ୍ରୁଟିପୂର୍ଣ୍ଣ ଚୁକ୍ତି ପାଇଁ ୨୪ କୋଟି ଟଙ୍କାର କ୍ଷତି ହୋଇଥିବା ସିଏଜି ଏକ ରିପୋର୍ଟରେ ଦର୍ଶାଇଛି। ଏହା ଉପରେ ସିଏଜି ପକ୍ଷରୁ ଆଇଓଏ ସଭାପତି ପିଟି ଉଷାଙ୍କଠୁ ଜବାବ ତଲବ ମଧ୍ୟ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe