ଦୀପାବଳି ପରେ ନୂଆ ଦଳ ଲାଗି ଟେଣ୍ଡର ଆହ୍ବାନ

ଆଇପିଏଲ୍‌ରେ ରହିବନି ‘ସଫ୍ଟ ସିଗ୍‌ନାଲ୍‌’

CleanPNG

ମୁମ୍ବାଇ: କରୋନା ସଂକ୍ରମଣ ନେଇ କଠୋର କଟକଣା‌, ଭୟ ଓ ଦ୍ବନ୍ଦ୍ବ ଭିତରେ ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପୂର୍ବ ସବୁଋତୁର କୀର୍ତ୍ତିମାନକୁ ଭାଙ୍ଗି ଦେଇଛି। ସଫଳତମ ଆଇପିଏଲ୍‌ ଆୟୋଜନରେ ଉତ୍ସାହିତ ହୋଇ ବିଶ୍ବର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚିତ ଟ୍ବେଣ୍ଟି-୨୦ ଲିଗ୍‌ର ଦଳ ସଂଖ୍ୟା ବଢ଼ାଇବାକୁ ବିସିସିଆଇ ଆପାତତଃ ନିଷ୍ପତ୍ତି ନେଇସାରିଛି। ସେଥିପାଇଁ ଦୀପାବଳି ପରେ କିଛି ନୂଆ ଫ୍ରାଞ୍ଚାଇଜ ଲାଗି ଟେଣ୍ଡର ଆହ୍ବାନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ସଜବାଜ ହେଉଛି। ଆଇପିଏଲ୍‌ରେ ଦୁଇଟି ନୂଆ ଦଳ ସାମିଲ କରିବାର ଯୋଜନା ଗତବର୍ଷ ନଭେମ୍ବର ମାସରୁ ହିଁ ଆରମ୍ଭ ହୋଇ ଯାଇଥିଲା। ତେବେ କରୋନା ସଙ୍କଟ ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ବିସିସିଆଇ ସ୍ଥଗିତ ରଖିଥିଲା।

ଏବେ ଏହି କାର୍ଯ୍ୟକୁ ପୁନର୍ବାର ଗତିଶୀଳ କରାଯାଇଛି। ତେବେ ୨୦୨୧ ମସିହାରେ ମାତ୍ର ଗୋଟିଏ ନୂଆ ଦଳ ଦେଖିବାକୁ ମିଳିପାରେ। ୨୦୨୨ରେ ଆଉ ଏକ ନୂଆ ଦଳକୁ ଆଇପିଏଲ୍‌ରେ ସ୍ଥାନ ମିଳିପାରେ। ଆସନ୍ତା ଋତୁ ଆଉ ମାତ୍ର ୪ରୁ ୫ ମାସ ମଧ୍ୟରେ ଖେଳାଯିବାକୁ ଥିବାରୁ ଏଥିରେ ଗୋଟିଏ କିମ୍ବା ଦୁଇଟି ନୂଆ ଦଳକୁ ନେବା ଉଚିତ, ସେ ନେଇ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ବିସିସିଆଇର କେତେକ ବରିଷ୍ଠ କର୍ମକର୍ତ୍ତା ଓ ଆଇପିଏଲ୍ ପରିଚାଳନା ପରିଷଦର ଅଧିକାରୀମାନେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବୈଠକରେ ମିଳିତ ହୋଇ, ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ଗୋଟିଏ କିମ୍ବା ଦୁଇଟି ନୂଆ ଦଳ ପାଇଁ ଟେଣ୍ଡର ଆହ୍ବାନ କରାଯିବ, ସେ ନିଷ୍ପତ୍ତି ନିଆଯିବା ପରେ ଖୋଲା ଓ ସ୍ବଚ୍ଛ ନିଲାମ ପ୍ରକ୍ରିୟାରେ ମାଲିକ ବଛାଯିବ। ରିପୋର୍ଟ ଅନୁସାରେ ଅଦାନି ଗ୍ରୁପ୍, ଟାଟା, ଆରପିଜି ସଂଜୀବ ଗୋଏଙ୍କା ଗ୍ରୁପ୍ ଭଳି କେତେକ ବଡ଼ ଭାରତୀୟ କଂପାନି ଆଇପିଏଲ୍‌ ଦଳ କିଣିବାକୁ ବି‌ଶେଷ ଆଗ୍ରହୀ ଅଛନ୍ତି। ବ୍ୟାଙ୍କର ଉଦୟ କୋଟାକ ଓ ମିଡିଆ ମୋଗଲ ରୋନି ସ୍କ୍ରିୟୁୱାଲା ମଧ୍ୟ ଆଇପିଏଲ୍ ଫ୍ରାଞ୍ଚାଇଜ କିଣିବା ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତ ରହିଛନ୍ତି। ତେବେ ପୁରୁଣା ୮ ଫ୍ରାଞ୍ଚାଇଜ ବିସିସିଆଇର ଏହି ଯୋଜନା ନେଇ ବି‌ଶେଷ ଖୁସୀ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe