ଅଷ୍ଟ୍ରେଲିଆ ଦଳରେ ବର୍ନସ, ହେଡ୍‌ ଓ ବନ୍‌କ୍ରଫ୍ଟ ସାମିଲ

Advertisment
ଅଷ୍ଟ୍ରେଲିଆ ଦଳରେ ବର୍ନସ, ହେଡ୍‌ ଓ ବନ୍‌କ୍ରଫ୍ଟ ସାମିଲ

The Guardian

ବ୍ରିସବେନ୍ : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଗୁରୁବାର ଅଷ୍ଟ୍ରେଲିଆ ଦଳ ଘୋଷିତ ହୋଇଛି। ଏହି ଶୃଙ୍ଖଳାରୁ ଉସ୍‌ମାନ ଖୱାଜା, ପିଟର ସିଡିଲ ଓ ମାର୍କସ୍ ହାରିସ ବାଦ୍ ପଡ଼ିଥିଲା ବେଳେ ପୂର୍ବରୁ ମାନସିକ ଚାପ ପାଇଁ ଵିଲ୍ ପୁକୋସ୍କି ଓହରି ଯାଇଥିଲେ। ହେଲେ ଜୋ ବର୍ନସ, ଟ୍ରାଭିସ୍‌ ହେଡ୍‌ ଏବଂ ବାସନ୍ଦ ଦଣ୍ଡ ଭୋଗି ସାରିଥିବା କାମେରନ୍‌ ବନ୍‌କ୍ରଫ୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ବ୍ରିସବେନ୍‌ରେ ଏବଂ ଦ୍ବିତୀୟ (ଦିବା-ରାତ୍ର) ଟେଷ୍ଟ୍‌ ଆଡିଲେଡ୍‌ରେ ଖେଳାଯିବ।

ଅଷ୍ଟ୍ରେଲିଆ ଦଳ: ଡେଭିଡ୍ ଵାର୍ନର୍, ଜୋ ବର୍ନ୍ସ, ମାର୍ନସ୍ ଲାବୁସଚାନେ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମାଥ୍ୟୁ ଵାଦେ, କାମେରନ୍ ବନକ୍ରଫ୍ଟ, ଟିମ୍ ପେନ୍‌ (ଅଧିନାୟକ), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନାଥାନ୍ ଲିଅନ୍, ଜୋସ୍ ହାଜେଲଉଡ୍, ଜେମ୍ସ ପିଟିନସନ୍, ମିଚେଲ୍ ନେସାର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe