ବେଲଜିୟମ ଓ କାନାଡା ଦଳରେ ପରିବର୍ତନ

Advertisment
ବେଲଜିୟମ ଓ କାନାଡା ଦଳରେ ପରିବର୍ତନ

ବିଶ୍ବକପ୍ ମଝିରେ ବେଲ୍‌ଜିୟମ ଏବଂ କନାଡା ହକି ଦଳକୁ ଝଟ୍‌କା ଲାଗିଛି। ଆଘାତ ଜନିତ ସମସ୍ୟା ପାଇଁ ଉଭୟ ନିଜ ନିଜର ଜଣେ ଲେଖାଏଁ ପ୍ରମୁଖ ଖେଳାଳି ହରାଇବା ପରେ ଦଳରେ ପରିବର୍ତନ କରିବାକୁ ବାଧ୍ୟ ‌ହୋଇଛନ୍ତି। ମାଂସପେଶୀ ଯନ୍ତ୍ରଣା ପାଇଁ ଇମାନୁଏଲ୍ ଷ୍ଟକବ୍ରୋଏକ୍ସ ବେଲ୍‌ଜିୟମ ଦଳରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ବେଲ୍‌ଜିୟମ ୨୨ ବର୍ଷୀୟ ଆଣ୍ଟୋନି କିନାଙ୍କୁ ଦଳରେ ସାମିଲ କରିଛି। କିନା ଲକ୍ଷ୍ନୌରେ ଆୟୋଜିତ କନିଷ୍ଠ ବିଶ୍ବକପ୍‌ରେ ଉପ ବିଜେତା ହୋଇଥିବା ବେଲ୍‌ଜିୟମ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେହିଭଳି କନାଡାର ବ୍ରାଣ୍ଡନ୍ ପେରେରାଙ୍କ ବିଶ୍ବକପ୍ ଅଭିଯାନ ବି ଶେଷ ହୋଇ ଯାଇଛି। ଆଘାତ ପ୍ରାପ୍ତ ହେବା ପରେ ସେ ବିଶ୍ବକପ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଫ୍ଲୋରିସ୍ ଭାନ୍ ସନ୍ କାନାଡା ଦଳରେ ସାମିଲ ହୋଇଛନ୍ତି। ସଂଯୋଗ ବଶତଃ ସେ ୨୬ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। କିନା ଏବଂ ଫ୍ଲୋରିସ୍ ବେଲ୍‌ଜିୟମ ଓ କାନାଡାର ଶେଷ ଲିଗ୍ ମ୍ୟାଚ୍‌ରେ ଖେଳିବେ। ଶନିବାର ପୁଲ-ସିର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ଏବଂ ଆୟୋଜକ ଭାରତକୁ କାନାଡା ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe