କାଲଗାରି : ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍ ଏଠାରେ ଚାଲିଥିବା କାନଡା ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ପୁରୁଷ ଏକକ ସେମିଫାଇନାଲ୍ରେ ସେ ୨୧-୧୭, ୨୧-୧୪ରେ ଜାପାନର କେଣ୍ଟା ନିଶିମୋତୋଙ୍କୁ ପରାସ୍ତ କରିଛନ୍ତି। ୨୦୨୧ ବିଶ୍ବ ଚାମ୍ପିଅନ୍ସିପ୍ସ କାଂସ୍ୟ ବିଜେତା ଏହି ୨୧ ବର୍ଷୀୟ ଭାରତୀୟ ଫାଇନାଲ୍ରେ ଚୀନ୍ର ଲି ସି ଫେଙ୍ଗଙ୍କୁ ଭେଟିବେ। ତେବେ ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ସେମିଫାଇନାଲ୍ରୁ ବିଦାୟ ନେଇଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ୧୪-୨୧, ୧୫-୨୧ରେ ବିଶ୍ବର ଏକ ନମ୍ବର ଜାପାନ୍ର ଅକାନେ ୟାମାଗୁଚିଙ୍କଠୁ ହାରି ଯାଇଛନ୍ତି।
କାନାଡା ଓପନ୍ ଫାଇନାଲ୍ରେ ଲକ୍ଷ୍ୟ: ସିନ୍ଧୁ ବିଦା
Advertisment
Follow Us