ଭୁବନେଶ୍ବର : କାନାଡାର ଓଟାୱାଠାରେ ଚାଲିଥିବା କାନାଡା ପାରାବ୍ୟାଡ୍ମିଣ୍ଟନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ପଦକ ପକ୍କା କରିଛନ୍ତି। ପୁରୁଷ ଏକକ ଏସ୍ଏଲ୍-୩ ବର୍ଗ ସେମିଫାଇନାଲ୍ରେ ପହଞ୍ଚି ପଦକ ନିଶ୍ଚିତ କରିଛନ୍ତି। ନିଜର ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ୟୁକ୍ରେନ୍ର ଓଲେକଜାନ୍ଦ୍ରା ଚିର୍କୋଭଙ୍କୁ ହରାଇଥିବା ପ୍ରମୋଦ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍ରେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୧୪, ୨୧-୧୯ରେ ହରାଇଥିଲେ। ଅନ୍ୟପକ୍ଷରେ ଏସ୍ଏଲ୍-୪ ବର୍ଗରେ ପ୍ରତିନିଧିତ୍ବ କରୁଥିବା ଦୀପରଞ୍ଜନ ବିଶୋଇ ନିଜର ପ୍ରଥମ ଦୁଇ ମ୍ୟାଚ୍ ଜିତିଥିଲା ବେଳେ ଶୁକ୍ରବାର ତୃତୀୟ ମ୍ୟାଚ୍ରେ ମଧ୍ୟ ବିଜୟ ପାଇ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ସ୍ବିଡେନ୍ର ନିଲ୍ସନ ରିକାର୍ଡଙ୍କୁ ଏବଂ ଦ୍ବିତୀୟରେ ପେରୁର ମୋରାଲେସ ବାନ୍ସେସ୍ଙ୍କୁ ହରାଇଥିବା ଦୀପରଞ୍ଜନ ଫ୍ରାନ୍ସର ଗୁଇଲାଉମେ ଗାଇଲିଙ୍କୁ ୨୧-୧୫, ୨୧-୯ରେ ପରାସ୍ତ କରିଥିଲେ।
କାନାଡ଼ା ପାରା ବ୍ୟାଡ୍ମିଣ୍ଟନ: ପଦକ ପକ୍କା କଲେ ପ୍ରମୋଦ
Advertisment
Follow Us