ବିଶ୍ୱକପ୍‌: ଅଭ୍ୟାସ ମ୍ୟାଚ୍‌ରେ ଶତକ ହାସଲ କରି କୋହଲିଙ୍କୁ ପ୍ରଭାବିତ କଲେ ଧୋନି

ବିଶ୍ୱକପ୍‌: ଅଭ୍ୟାସ ମ୍ୟାଚ୍‌ରେ ଶତକ ହାସଲ କରି କୋହଲିଙ୍କୁ ପ୍ରଭାବିତ କଲେ ଧୋନି

Zee News

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ)ର ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭାରତ ପରାସ୍ତ କରିଛି। ଏହି ବିଜୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶ୍ରେଷ୍ଠ ଭୂମିକା ତୁଲାଇଛନ୍ତି। ୩୭ ବର୍ଷିଅ ଧୋନି ୧୧୩ ରନ ସଂଗ୍ରହ କରି ନିଜର ଫିଟନେସ୍‌କୁ ପ୍ରମାଣିତ କରିଛନ୍ତି। ଶତକ ହାସଲ କରିବା ପରେ ଧୋନି ପାଭଲିଅନରେ ବସି ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ଦ୍ୱାରା ବାର୍ତ୍ତା ଦେଇଛନ୍ତି। ଏହା ଏକ ଏଭଳି ସମୟ ଥିଲା ଯେ, ପୂର୍ବତନ ଅଧିନାୟକ ନିଜର ବର୍ତ୍ତମାନ ଅଧିନାୟକଙ୍କୁ ପ୍ରଭାବିତ କରୁଥିଲେ।

ଏହି ଘଟଣାର ଭିଡିଓ କ୍ରିକେଟ ବିଶ୍ୱକପ୍‌ର ଅଫିସିଆଲ୍‌ ଟୁଇଟର୍‌ ପେଜ୍‌ @cricketworldcup ରୁ ଟୁଇଟ୍‌ କରାଯାଇଛି, ଯେଉଁଥିରେ ଲେଖାଯାଇଛି ଯେ, ପୂର୍ବତନ ବସ୍‌ ନିଜର ନୂତନ ବସ୍‌ଙ୍କୁ ପ୍ରଭାବିତ କରୁଛନ୍ତି.’ ସୂଚନାଯୋଗ୍ୟ ଧୋନିଙ୍କ ଅଧିନାୟକତ୍ୱରେ କୋହଲି ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରେ ଡେବ୍ୟୁ ହୋଇଥିଲା।

ସୋଫିଆ ଗାର୍ଡେନର ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ମହେନ୍ଦ୍ର ସିଂହ ଧୋନି (୧୧୩ ରନ୍‌) ଓ ଲୋକେଶ ରାହୁଲ (୧୦୮ ରନ୍‌) ଶତକୀୟ ଇନିଂସ ଖେଳିଛନ୍ତି। ଭାରତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୫୯ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୪୯.୩ ଓଭରରେ ୪୯.୩ ଓଭରରେ ୨୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe