କାର୍‌ ଦୁର୍ଘଟଣାରେ ୪ ହକି ଖେଳାଳି ମୃତ

Advertisment
କାର୍‌ ଦୁର୍ଘଟଣାରେ ୪ ହକି ଖେଳାଳି ମୃତ

ହୋଶଙ୍ଗାବାଦ: ହକି ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଏକ କ‌ାର୍‌ ଦୁର୍ଘଟଣାରେ ୪ ଜଣ ଜାତୀୟସ୍ତରର ଖେଳାଳି ମୃତ ବରଣ କରିଥିଲା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଖେଳାଳିମାନେ ଧ୍ୟାନଚାନ୍ଦ ଟ୍ରଫି ହକି ପ୍ରତିଯୋଗିତାରେ ଭାଗ‌ ନେବା ଲାଗି ହୋଶଙ୍ଗାବାଦ ଯାଉଥିଲା ବେଳେ ରାଇସାଲପୁର ନିକଟ ଜାତୀୟ ରାଜପଥ ୬୯ରେ ଏହି ଦୁର୍ଘଟଣା ଘଟିଥିଲା। ଖେଳାଳିମାନେ ସ୍ବିଫ୍ଟ ଡିଜାୟାର ଯାଉଥିଲା ବେଳେ କାର୍‌ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ସମସ୍ତ ଖେଳାଳି ଭୋପାଳରେ ଥିବା ମଧ୍ୟପ୍ରଦେଶ ହକି ଏକାଡେମିର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe