ରଣଜୀ ପିଚ୍‌ ଉପରେ ଚାଲିଲା କାର୍‌

Advertisment
ରଣଜୀ ପିଚ୍‌ ଉପରେ ଚାଲିଲା କାର୍‌

ନୂଆଦିଲ୍ଲୀ: ସର୍ବଦା ପଡ଼ିଆ ମଧ୍ୟରେ କ୍ରିକେଟ୍‌ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥାଏ। ମ୍ୟାଚ୍‌ ବେଳେ ଦର୍ଶକମାନେ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗିଲେଣି ତ କେତେବେଳେ ପଡ଼ିଆରେ ପଶି ଖେଳାଳିଙ୍କ ନିକଟତର ହେବାର ଆମେ ଦେଖିଛେ। କିନ୍ତୁ ଏବେ ପଡ଼ିଆ ମଧ୍ୟରେ ପିଚ୍‌ ଉପରେ କାର୍‌ ଚାଲିବା ଦେଖିବାକୁ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀର ପାଲାମ-ଏ ପଡ଼ିଆରେ ଦିଲ୍ଲୀ-ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚ୍‌ ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ତୃତୀୟ ଦିନ ଶେଷ ହେବାକୁ ମାତ୍ର ୨୦ ମିନିଟ୍‌ ଥିଲା ବେଳେ ଗିରିଶ ଶର୍ମା ନାମକ ଜଣେ ବ୍ୟକ୍ତି ନିଜର କାର୍‌ ନେଇ ସିଧା ପିଚ୍‌ ପାଖରେ ପହଞ୍ଚିଯାଇଥିଲେ। କାର୍‌କୁ ପଡ଼ିଆ ଭିତରେ ପଶିବା ଦେଖି ଅମ୍ପାୟାରଙ୍କ ସମେତ ତାରକା ଖେଳାଳି ଗୌତମ ଗମ୍ଭୀର, ସୁରେଶ ରାଇନା, ଇଶାନ୍ତ ଶର୍ମା ଏବଂ ଋଷବ ପନ୍ତ ବିଚଳିତ ହୋଇ ଯାଇଥିଲେ। ସମସ୍ତେ ତାକୁ ରୋକିବା ଲାଗି ବହୁ ପ୍ରୟାସ କରିଥିଲେ ବି ଚାଳକ ଆଦୌ ଖାତିର କରିନଥିଲେ। ଏଥିପାଇଁ ମ୍ୟାଚ୍‌ କିଛି ସମୟ ବନ୍ଦ ରହିଥିଲା। ପିଚ୍‌ ପରଖିବା ପରେ ମ୍ୟାଚ୍‌ ରେଫରି ଅଧ ଘଣ୍ଟା ଅଧିକ ସମୟ ଖେଳାଇଥିଲେ। କାର୍‌ ଚାଳକ ଗିରିଶ କହିଛନ୍ତି, ପଡ଼ିଆ ବାହାରେ କୌଣସି ସୁରକ୍ଷା ନଥିଲା। ଏଠାରେ ଅନ୍ତର୍ଜାତୀୟସ୍ତରର ଖେଳାଳି ରଣଜୀ ମ୍ୟାଚ୍‌ ଖେଳୁଛନ୍ତି ବୋଲି ମୁଁ ଜାଣି ପାରି ନଥିଲି ବୋଲି ଗିରିଶ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe