ସିରାଜଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା: ସିରାଜଙ୍କୁ ଚିଠି ଲେଖିଲେ କୋହଲିଙ୍କ ଭଉଣୀ

Advertisment

ଓଭାଲ ଟେଷ୍ଟ୍‌ରେ ୯ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ସହ ପ୍ରଥମ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାକୁ ଅମୀମାଂସିତ ରଖିବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଲମ୍ଫ....

ଓଭାଲ ଟେଷ୍ଟ୍‌ରେ ୯ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ସହ ପ୍ରଥମ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାକୁ ଅମୀମାଂସିତ ରଖିବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଲମ୍ଫ....

siraj

ମୁମ୍ବାଇ: ଓଭାଲ ଟେଷ୍ଟ୍‌ରେ ୯ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ସହ ପ୍ରଥମ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାକୁ ଅମୀମାଂସିତ ରଖିବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଲମ୍ଫ ମାରି କ୍ୟାରିୟର୍ ଶ୍ରେଷ୍ଠ ପଞ୍ଚଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହ‌ା ପୂର୍ବରୁ ତାଙ୍କ ସର୍ବଶ୍ରେଷ୍ଠ ମାନ୍ୟତା ଥିଲା ୧୬। ଯାହାକୁ ସେ ଗତବର୍ଷର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପରେ ହାସଲ କରିଥିଲେ। ୩୦ବର୍ଷୀୟ ସିରାଜ ଏହି ଶୃଙ୍ଖଳାରେ ଭାରତ ପକ୍ଷରୁ ସର୍ବାଧିକ ୫୦୦ ଓଭର ବୋଲିଂ କରି ମୋଟ ଉପରେ ୨୩ ୱିକେଟ୍ କରାୟତ୍ତ କରିଥିଲେ। ସେପଟେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦୁର୍ଦ୍ଧର୍ଷ ଭାରତୀୟ ବୋଲର ଯଶପ୍ରୀତ୍ ବୁମ୍‌ରା ତିନିଟି ଟେଷ୍ଟ୍ ଖେଳି ୧୪ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ପୂର୍ବବତ୍ ଏକନମ୍ବର ସ୍ଥାନରେ ଜମି ରହିଛନ୍ତି। ଓଭାଲ ଟେଷ୍ଟ୍‌ରେ ୮ ୱିକେଟ୍ ନେଇଥିବା ପ୍ରସିଦ୍ଧ କୃଷ୍ଣ ଏକଥରକେ ୨୫ସ୍ଥାନ ଉପରକୁ ଉଠି ୫୯ତମ ସ୍ଥାନରେ ଅଛନ୍ତି। ବ୍ୟାଟିଂରେ ଯଶସ୍ବୀ ଜୟସ୍ବାଲ ଶ୍ରେଷ୍ଠ ୫ରେ ପ୍ରବେଶ କରିଥିଲା ବେଳେ ଅଧିନାୟକ ଶୁବମନ ଗିଲ୍ ଶ୍ରେଷ୍ଠ ୧୦ ବାହାରକୁ ଚାଲି ଯାଇଛନ୍ତି। ଜୟସ୍ବାଲ ପଞ୍ଚମରେ ଥିଲା ବେଳେ ଗିଲ୍ ନବମରୁ ତ୍ରୟୋଦଶ ସ୍ଥାନକୁ ଖସି ଯାଇଛନ୍ତି।

ସିରାଜଙ୍କୁ ଚିଠି ଲେଖିଲେ କୋହଲିଙ୍କ ଭଉଣୀ
ଓଭାଲ ଟେଷ୍ଟ୍‌ରେ ଐତିହାସିକ ପ୍ରଦର୍ଶନ କରିବା ପରେ କିଂବଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କ ଭଉଣୀ ଭାବନା କୋହଲି ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚିଠି ଲେଖି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଭାବନା ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଦୁଇଟି ଫଟୋ ପ୍ରକାଶ କରି ସିରାଜଙ୍କୁ ତାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଲାଗି ସଲାମ କରିଛନ୍ତି। ଲେଖିଛନ୍ତି, କ୍ରିକେଟ୍ କେବେବି ତା’ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବାରେ ବିଫଳ ହୁଏନି। କାରଣ ଏହି ଖେଳରେ ଏମିତି ଅନେକ ନାୟକ ଅଛନ୍ତି, ଯିଏ ସବୁବେଳେ ଆମକୁ ସକାରାତ୍ମକ ରହିବା ଏବଂ ନିଜ ଉପରେ ବିଶ୍ବାସ ରଖିବା ଶିଖାଇଥା’ନ୍ତି। ସିରାଜ ତୁମେ ସତରେ ମହାନ। କୋହଲି ମଧ୍ୟ ଭାରତୀୟ ଦଳ ସହ ସିରାଜଙ୍କୁ ହୃଦୟର ଗଭୀରତମ କୋଣରୁ ପ୍ରଶଂସା କରିବା ସହ ଭାରତୀୟ ଦଳକୁ ଏଭଳି ଏକ ବିଜୟ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe