ଆଝାରୁଦ୍ଦିନଙ୍କ ବିରୋଧରେ ଏତଲା

Advertisment
ଆଝାରୁଦ୍ଦିନଙ୍କ ବିରୋଧରେ ଏତଲା

Telangana Today

ହାଇଦ୍ରାଦାବ: ଏକ ଟ୍ରାଭେଲ୍‌ ଏଜେଣ୍ଟଙ୍କୁ ଠକିବା ଅଭିଯୋଗରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଏବଂ ତାଙ୍କର ୨ ଜଣ ସହଯୋଗୀଙ୍କ ନାମରେ ଏତଲା ହୋଇଛି। ସେମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୨୦ (ଠକେଇ), ୪୦୬ (ଅପରାଧିକ ବିଶ୍ବାସ ଭଙ୍ଗ) ଏବଂ ୩୪ (ସାଧାରଣ ଉଦ୍ଦେଶ୍ୟ) ଉଲ୍ଲଂଘନ କରିଥିବାରୁ ପୁଲିସ ତଦନ୍ତ ଆରମ୍ଭ ହୋଇଛି। ‘ଆମେ ଏହାର ତଦନ୍ତ କରୁଛୁ, ପାଉଣା ଅଦାଲତରେ ଜମା ହୋଇଥିଲେ ଭଲ କଥା, ନଚେତ୍‌ ତିନି ଜଣଙ୍କୁ ତୁରନ୍ତ ଗିରଫ କରାଯିବ’ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ଅମରନାଥ ଡି ନାଗରେ ପ୍ରକାଶ କରିଛନ୍ତି। ‘ମୋ ନାମରେ ଔରଙ୍ଗାବାଦରେ ଦିଆଯାଇଥିବା ଏତଲା ଅମୂଳକ, ମୁଁ ଏହାର ଆଇନଗତ ପରାମର୍ଶ ନେଉଛି’ ବୋଲି ଆଝାର ପ୍ରକାଶ କରିଛନ୍ତି। ୧୦୦ କୋଟି ଟଙ୍କାର ମାନହାନି ‌ମକଦ୍ଦମା କରିବାର ଧମକ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଔରଙ୍ଗାବାଦସ୍ଥିତ ଡାନିସ୍‌ ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍‌ ଏଜେନ୍‌ସିର ଅଭିଯୋଗ କ୍ରମେ ଏହି ମାମଲା ଦାଏର ହୋଇଛି। ଗତ ନଭେମ୍ବର ମାସରେ ଆଝାରୁଦ୍ଦିନ ତାଙ୍କ ଦୁଇ ସହଯୋଗୀଙ୍କ ସହିତ ଏମିରେଟ୍‌ସ ଏୟାରଲାଇନ୍ସରେ ମୁମ୍ବାଇରୁ ଦୁବାଇ ଓ ପ୍ୟାରିସ୍‌ ଗସ୍ତ କରିଥିଲେ। ଦିଲ୍ଲୀ ବାଟ ହୋଇ ମୁମ୍ବାଇ ଫେରିଥିଲେ। ମୋଟ ଟିକେଟ୍‌ର ମୂଲ୍ୟ ୨୦.୯୬ ଲକ୍ଷ ଟଙ୍କା। ଆଝାରୁଦ୍ଦିନ୍‌ଙ୍କ ସଂସ୍ଥା ପକ୍ଷରୁ ୧୩,୫୦୦ ୟୁରୋ (ପ୍ରାୟ ୧୦.୫ ଲକ୍ଷ) ପ୍ରଦାନ କରାଯାଇଥିବା କୁହାଯାଇଥିଲେ ମଧ୍ୟ କ୍ରୋଏସିଆନ୍‌ ବ୍ୟାଙ୍କ୍‌ରେ ଥିବା ମୋ ଆକାଉଣ୍ଟ୍‌କୁ ଏହା ଆସିନଥିବାରୁ ଏଜେନ୍‌ସିର ସାହାଦ ମହମ୍ମଦ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe