ମାଦ୍ରିଦ୍: ରୁଷିଆରେ ଫିଫା ବିଶ୍ୱକପ୍ ଖେଳୁଥିବା ପର୍ତୁଗାଲ୍ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନ୍ ରୋନାଲ୍ଡୋ ଏକ ଟିକସ ଫାଙ୍କି ମାମଲାରେ କାରାବରଣ କରିବେ। ସ୍ପେନ୍ ଟିକସ ଅଧିକାରୀମାନେ ରୋନାଲ୍ଡୋଙ୍କ ଉପରେ ୧୮.୮ ମିଲିୟନ୍ ୟୁରୋ ଜରିମାନା ଲଗାଇଥିଲା ବେଳେ ଦୁଇ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ଶୁଣାଇଛନ୍ତି। ରୋନାଲ୍ଡୋ ମଧ୍ୟ ଏହି ଦଣ୍ଡାଦେଶକୁ ଗ୍ରହଣ କରିନେଇଛନ୍ତି। ୩୩ ବର୍ଷ ବୟସ୍କ ରୋନାଲ୍ଡୋ ଟିକସ ଆକାରରେ ୧୪.୭ ମିଲିୟନ୍ ୟୁରୋ ଫାଙ୍କିରେ ଅଭିଯୁକ୍ତ ଅଛନ୍ତି। ଯେକୌଣସି ସମୟରେ ତାଙ୍କୁ ଜେଲ୍କୁ ଟଣା ଯାଇପାରେ ବୋଲି ଶୁକ୍ରବାର ଇଏଲ୍ ମୁଣ୍ଡୋ ଖବରକାଗଜ ପ୍ରକାଶ କରିଛି। ସ୍ପେନ୍ର ନିୟମ ଅନୁଯାୟୀ ଜଣେ ପ୍ରଥମ ଥର ଅଭିଯୁକ୍ତଙ୍କୁ ଦୁଇ ବର୍ଷରୁ କମ୍ ଜେଲ୍ ଦଣ୍ଡ ପାଇଁ ପରୀକ୍ଷାମୂଳକ ଭାବେ ନିଆଯିବ। ହେଲେ ରୋନାଲ୍ଡୋ ତାଙ୍କ ଏଜେଣ୍ଟ୍ଙ୍କ ଜରିଆରେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଟିକସ ଫାଙ୍କି ଅଭିଯୋଗ; ଜେଲ୍ ଯିବେ ରୋନାଲ୍ଡୋ
Advertisment
Follow Us