ଦିବ୍ୟାଙ୍ଗଙ୍କୁ ପରିହାସ କରିବା ମହଙ୍ଗା ପଡ଼ି‌ଲା: ଭଜି, ରାଇନା, ଯୁବିଙ୍କ ବି‌ରୋଧରେ ଏତଲା

ଭୁଲ୍‌ ମାଗି ଭିଡିଓ କାଢ଼ି ନେଲେ ହରଭଜନ

ଦିବ୍ୟାଙ୍ଗଙ୍କୁ ପରିହାସ କରିବା ମହଙ୍ଗା ପଡ଼ି‌ଲା: ଭଜି, ରାଇନା, ଯୁବିଙ୍କ ବି‌ରୋଧରେ ଏତଲା

The Munsif Daily

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ଦିବ୍ୟାଙ୍ଗଙ୍କୁ ପରିହାସ କରିବା ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏମାନଙ୍କ ସହ କ୍ରିକେଟର୍ ଗୁରକୀରଟ ସିଂହ ମାନ୍‌ଙ୍କ ବିରୋଧରେ ଏଥିଲାଗି ସୋମବାର ଏତଲା ଦାୟର ହୋଇଛି। ସେହିଭଳି ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ଯୋଶୀ ସମସ୍ତଙ୍କୁ ଏହି ସ‌ମ୍ବେଦନ ହୀନ କାର୍ଯ୍ୟ ପାଇଁ ତୀବ୍ର ସମାଲୋଚନା କରିଛନ୍ତି।

ଏଜ୍‌ବାଷ୍ଟନ୍‌ରେ ପାକିସ୍ତାନକୁ ହରାଇ ଭାରତୀୟ ଦଳ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଅଫ୍‌ ଲିଜେଣ୍ଡ୍‌ସରେ ବିଜେତା ହୋଇଥିଲା। ଏହି ବିଜୟ ପରେ ହରଭଜନ ସାଥୀ ଖେଳାଳିମାନଙ୍କୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ରିଲ୍‌ ପୋଷ୍ଟ୍‌ କରିଥିଲେ। ୧୫ ଦିନ ଧରି ଚାଲିଥିବା ଲିଜେଣ୍ଡ୍‌ସ କ୍ରିକେଟ୍‌ ପରେ ସେମାନେ ଥକି ପଡ଼ିଥିବା ଦର୍ଶାଇ ରିଲ୍‌ସରେ ‘ତୌବା ତୌବା। ଏଇ ୧୫ ଦିନର ଲିଜେଣ୍ଡ୍‌ସ କ୍ରିକେଟ୍‌ରେ ଶରୀରର ତୌବା ତୌବା ହୋଇଗଲା। ଶରୀରର ପ୍ରତ୍ୟେକ ଅଂଶ ଏବେ ଯନ୍ତ୍ରଣା ପାଉଛି’ ବୋଲି ହରଭଜନ କହୁଥିଲା ବେଳେ ରିଲ୍ସରେ ‘ତୌବା ତୌବା’ ଗୀତର ଅସଲି ଗାୟକ ଓ ଅଭିନେତା କରଣ ଔଜଲା ଓ ଭିକି କୌଶଲଙ୍କୁ ଟ୍ୟାଗ୍‌ କରିଥିଲେ।

ଭିଡିଓରେ ହରଭଜନଙ୍କ ସହ ଯୁବରାଜ, ରାଇନା, ଗୁରକୀରଟ ସିଂହ ମାନ୍‌ ଛୋଟେଇ ଛୋଟେଇ ଗୋଟିଏ ରୁମ୍‌ ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି। କିନ୍ତୁ ସେମାନଙ୍କ ଅଙ୍ଗଭଙ୍ଗୀକୁ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ନାପସନ୍ଦ କରିଛନ୍ତି। ଯେଉଁମାନେ ଶାରୀରିକ ଭାବେ ଭିନ୍ନକ୍ଷମ, ସେମାନଙ୍କୁ ଏହି କ୍ରିକେଟର୍‌ମାନେ ପରିହାସ କରୁଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ ଏଭଳି ତାରକାମାନଙ୍କଠାରୁ ସେ ଅଧିକ ଦାୟିତ୍ବସମ୍ପନ୍ନ ହେବା ପାଇଁ ଆଶା ରଖିଛନ୍ତି। ଏଭଳି ବ୍ୟବହାର ଦ୍ବାରା ସେହି ବର୍ଗଙ୍କୁ ଅନେକ ମାତ୍ରାରେ ଆଘାତ ଲାଗିବ। ଏହି ଭିଡିଓ ଦ୍ବାରା ଲୋକମାନେ ଆପଣଙ୍କୁ କେତେ ସମ୍ମାନ ଜଣାଇବେ? ଏହାଦ୍ବାରା ଲୋକମାନେ ଦିବ୍ୟାଙ୍ଗମାନଙ୍କ ପ୍ରତି ଥଟ୍ଟା, ପରିହାସ କରିବା ଆରମ୍ଭ କରିବେ। ଅନେକ ଛୋଟ ପିଲାମାନେ ଏହି ରିଲ୍‌ ଦେଖିବା ପରେ ତୁମକୁ ଗାଳିଗୁଲଜ କରିବା ଆରମ୍ଭ କରିବେ। ସେମାନଙ୍କ ଲୋକସଂପର୍କ ଏଜେନ୍ସିମାନେ କିପରି ଏଭଳି ଭିଡିଓକୁ ସାର୍ବଜନିନ ସ୍ଥାନରେ ପୋଷ୍ଟ୍‌ କରିବାକୁ ଅନୁମତି ଦେଲେ ବୋଲି ମାନସୀ ପ୍ରଶ୍ନ କରିଛନ୍ତି। ଏହି ଘଟଣା ପରେ ହରଭଜନ ଭୁଲ୍‌ ମାଗିବା ସହ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରୁ ଉକ୍ତ ଭିଡିଓକୁ କାଢ଼ି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe