ଭାରତୀୟ ଡ୍ରେସିଂ ରୁମ୍‌ରେ ‘ସେଲିବ୍ରେଟି ସଂସ୍କୃତି’ ବନ୍ଦ ହେବା ଉଚିତ: ଗମ୍ଭୀର

Advertisment
୨୦୧୯ ବିଶ୍ୱକପର ଭାରତୀୟ ଟିମ ସବୁଠାରୁ ଖରାପ ଟିମ ଥିଲା: ଗମ୍ଭୀର

cricketworldcup.com

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂ ରୁମ୍‌ରେ ଦୀର୍ଘ ବର୍ଷ ହେବ ଚାଲିଆସୁଥିବା ‘କିଂବଦନ୍ତି ପୂଜା’ ଏବଂ ‘ସେଲିବ୍ରେଟି ସଂସ୍କୃତି’କୁ ତୁରନ୍ତ ବନ୍ଦ କରିବାକୁ ପୂର୍ବତନ ବାମହାତୀ ଓପନର ଗୌତମ ଗମ୍ଭୀର ଆହ୍ବାନ କରିଛନ୍ତି। ନିଜ ମତକୁ ପ୍ରମାଣିତ କରିବାକୁ ଯାଇ ଏସିଆ କପ୍‌ର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଶତକ ଏବଂ ଭୁବନେଶ୍ବର କୁମାରଙ୍କ ୫ ୱିକେଟ୍ ସଫଳତାକୁ ଉଦାହରଣ ଭାବେ ନେଇଛନ୍ତି ସେ। ଆଫଗାନିସ୍ତାନ ବିପକ୍ଷରେ କୋହଲି ଶତକ ହାସଲ କରିଥିଲେ। ଭୁବନେଶ୍ବର ମଧ୍ୟ ୫ ୱିକେଟ୍ ସଫଳତା ପାଇଥିଲେ। ହେଲେ କୋହଲିଙ୍କ ଶତକକୁ ନେଇ ଏତେ ଚର୍ଚ୍ଚା ହୋଇଥିଲା ଯେ ଭୁବିଙ୍କ ୫ ୱିକେଟ୍ ସଫଳତା ତା’ ଆଢୁଆଳରେ ପୂରା ଲୁଚି ଯାଇଥିଲା। ଏଭଳି ପାତର ଅନ୍ତରକୁ ବିରୋଧ କରିଛନ୍ତି ଗମ୍ଭୀର।

ଏଥିଲାଗି ସେ ସାମାଜିକଗଣମାଧ୍ୟମ ବ୍ୟବହାରକାରୀ, ପ୍ରସାରଣକାରୀ ସଂସ୍ଥା ଏବଂ ଗଣମାଧ୍ୟମକୁ ଦାୟୀ କରିଛନ୍ତି। ‘‘କୋହଲି ଶତକ ହାସଲ କରିଥିଲା ବେଳେ ମେରଟ ଭଳି ଛୋଟ ସହରରୁ ଆସିଥିବା ଭୁବନେଶ୍ବର କୁମାର ବି ୫ ୱିକେଟ୍ ସଫଳତା ପାଇଥିଲେ। ହେଲେ ତାଙ୍କୁ ନେଇ କୌଣସି ଚର୍ଚ୍ଚା ହେଲାନି। ଏହି ପରମ୍ପରା ସମ୍ଭବତଃ ୧୯୮୩ ମସିହାରୁ ଆରମ୍ଭ ହୋଇଥିଲା। ଭାରତକୁ କପିଳ ଦେବ ବିଶ୍ବକପ୍ ଜିତାଇଲେ। ୨୦୦୭ ଓ ୨୦୧୧ରେ ‌ମହେନ୍ଦ୍ର ସିଂହ ଧୋନି ଭାରତକୁ ଜିତାଇଲେ, ଏମିତି ଚର୍ଚ୍ଚା କରି କରି ଅନ୍ୟମାନଙ୍କ ଅବଦାନକୁ ଗୌଣ କରି ଦିଆଯାଉଛି। ଭାରତୀୟ ଦଳର ପ୍ରଦର୍ଶନର ଶ୍ରେୟ ସବୁ ଖେଳାଳିଙ୍କୁ ଯିବା ଉଚିତ।’’ ବୋଲି କହିଛନ୍ତି ଗମ୍ଭୀର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe