କ୍ରିକେଟ୍‌ ଖେଳାଳି ଅର୍ଶଦୀପ ସିଂହଙ୍କ ପେଜ୍‌ରେ ମିଥ୍ୟା ସୂଚନା; ‘ୱିକିପିଡିଆ’ ଏକ୍ଜିକ୍ୟୁଟିଭ୍‌ଙ୍କୁ ଡକାଇଲେ କେନ୍ଦ୍ର ସରକାର

Advertisment
କ୍ରିକେଟ୍‌ ଖେଳାଳି ଅର୍ଶଦୀପ ସିଂହଙ୍କ ପେଜ୍‌ରେ ମିଥ୍ୟା ସୂଚନା; ‘ୱିକିପିଡିଆ’ ଏକ୍ଜିକ୍ୟୁଟିଭ୍‌ଙ୍କୁ ଡକାଇଲେ କେନ୍ଦ୍ର ସରକାର

Image Courtesy of India Today

ନୂଆଦିଲ୍ଲୀ: ଖଲିସ୍ତାନ ସହିତ ସମ୍ପୃକ୍ତି ଅଛି ବୋଲି ପ୍ରତିପାଦନ କରିବା ନିମନ୍ତେ ଭାରତୀୟ କ୍ରିକେଟ୍‌ ଖେଳାଳି ଅର୍ଶଦୀପ ସିଂହଙ୍କ ‘ୱିକିପିଡିଆ ପେଜ୍‌’ରେ ଥିବା ତଥ୍ୟାବଳି କେମିତି ବଦଳିଲା ତା’ର କୈଫିୟତ ଦେବା ପାଇଁ ଭାରତସ୍ଥିତ ‘ୱିକିପିଡିଆ’ କାର୍ଯ୍ୟନିର୍ବାହୀମାନଙ୍କୁ ‘ଇଲେକ୍ଟ୍ରୋନିକ୍‌ସ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି’ ମନ୍ତ୍ରାଳୟ ସମନ୍‌ ଜାରି କରିଛି।

ମନ୍ତ୍ରଳାୟ ସହିତ ଘନିଷ୍ଠତା ଥିବା ସୂତ୍ର କହିବା ଅନୁସାରେ, ଉକ୍ତ ପରିବର୍ତ୍ତନ ଭାରତରେ ଅନାୟାସରେ ବିଶୃଙ୍ଖଳା ସୃଷ୍ଟି କରାଇପାରେ ବୋଲି କେନ୍ଦ୍ର ସରକାର ମତପ‌ୋଷଣ କରିଛନ୍ତି।

publive-image Image Courtesy of AP7AM

‘ୱିକିପିଡିଆ ପେଜ୍‌’ରେ କରାଯାଇଥିବା ପରିବର୍ତ୍ତନ ଅର୍ଶଦୀପ ସିଂହଙ୍କ ପରିବାର ପ୍ରତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ମନ୍ତ୍ରାଳୟସୂତ୍ର କହିଛି।

ରବିବାର ଦିନ ‘ଏସିଆ କପ୍‌’ରେ ଭାରତ ପାକିସ୍ତାନଠାରୁ ୫ ୱିକେଟ୍‌ରେ ହାରିବା ପରେ ‘ୱିକିପିଡିଆ ଏଣ୍ଟ୍ରି’ରେ ପରିବର୍ତ୍ତନ କରାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ଗୋଟାଏ କ୍ୟାଚ୍‌ ପକାଇ ଦେଇଥିବା କାରଣରୁ ଫାଷ୍ଟ୍‌ ବୋଲର୍‌ ଅର୍ଶଦୀପ ସିଂହଙ୍କୁ କଟୂ ସମାଲୋଚନା କରାଯାଇଥିଲା।

ଏହାପରେ, ‘ୱିକିପିଡିଆ ପେଜ୍‌ ଏଣ୍ଟ୍ରି’ରେ ଉଲ୍ଲେଖ କରାଯାଇଥିଲା କି, ‘ଖଲିସ୍ତାନୀ ଜାତୀୟ କ୍ରିକେଟ୍‌ ଦଳ’ ପାଇଁ ସିଂହଙ୍କୁ ମନୋନୀତ କରାଯାଇଥିଲା। ପରେ ପରେ ଉକ୍ତ ପେଜ୍‌ ତା’ର ପୂର୍ବାବସ୍ଥାକୁ ଫେରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe