The Hindu
ସେଞ୍ଚୁରିଅନ୍: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ୍ ତୃତୀୟ ଦିନରେ ନାଟକୀୟ ମୋଡ଼ ନେଇଛି। ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ପାଳି ୨୭୨ ରନ୍ରେ ଶେଷ ହୋଇଯିବାରୁ ଇଂଲଣ୍ଡ ସମ୍ମୁଖରେ ୩୭୬ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଭ୍ରମଣକାରୀ ଦଳ କିନ୍ତୁ ତୃତୀୟ ଦିନ ଶେଷ ସୁଦ୍ଧା ୧ ୱିକେଟ୍ରେ ୧୨୧ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇ ସାରିଛି। ହାତରେ ୯ ୱିକେଟ୍ ଥିବାରୁ ଆବଶ୍ୟକ ଆଉ ୨୫୫ ରନ୍ ଇଂଲଣ୍ଡ ପାଇଁ ସମ୍ଭାବନା ଆଣିଛି। ଦକ୍ଷିଣ ଆଫ୍ରିକା ଶନିବାର ୭୨/୪ରୁ ଦ୍ବିତୀୟ ପାଳି ଖେଳିଥିଲା। ଜୋଫ୍ରା ଆର୍ଚରଙ୍କ ୫ ୱିକେଟ୍ ସଫଳତା କାରଣରୁ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର୍ କରିପାରିନଥିଲା। ତଥାପି ପ୍ରଥମ ପଦାର୍ପଣ ଯୋଡ଼ି ରାସି ଭାନ୍ ଡେର୍ ଦସେଁ (୫୧, ୬୭ ବଲ୍) ଏବଂ ଡ୍ବାଇନ୍ ପ୍ରିଟୋରିରୟସ୍ (୩୪) ଭଲ ବ୍ୟାଟିଂ କରିଥିଲେ। ଅନରିଚ୍ ନର୍ଜେ (୪୦, ୮୯ ବଲ୍) ଏବଂ ଭେର୍ନନ ଫିଲାଣ୍ଡର୍ (୪୬, ୬୮ ବଲ୍) ମଧ୍ୟ ଉପଯୋଗୀ ଅବଦାନ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୮୪ (କ୍ବିଣ୍ଟନ୍ ଡି’କକ୍-୯୫, ସାମ୍ କରନ୍-୪/୫୭, ଷ୍ଟୁଆର୍ଟ ବ୍ରଡ୍-୪/୫୮, ଜୋଫ୍ରା ଆର୍ଚର-୧/୬୫, ଜେମ୍ସ ଆଣ୍ଡରସନ୍-୧/୬୯)। ଇଂଲଣ୍ଡ ପ୍ରଥମ ପାଳି: ୧୮୧ (ଜୋ ଡେନଲି-୫୦, ଭେର୍ନନ ଫିଲାଣ୍ଡର୍-୪/୧୬, କାଗିସୋ ରବାଦା-୩/୬୮, ଅନରିଚ୍ ନର୍ଜେ-୨/୪୭, ଡ୍ବାନ୍ ପ୍ରିଟୋରିୟସ୍-୧/୨୩)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୬୧.୪ ଓଭରରେ ୨୭୨ (ରସି ଭାନ ଡେର୍ ଦସେଁ-୫୧, ଭେର୍ନନ ଫିଲାଣ୍ଡର୍-୪୬, ଅନରିଚ୍ ନର୍ଜେ-୪୦, ଜୋଫ୍ରା ଆର୍ଚର-୫/୧୦୨, ବେନ୍ ଷ୍ଟୋକ୍ସ-୨/୨୨, ଷ୍ଟୁଆର୍ଟ ବ୍ରଡ୍-୧/୪୨, ଜେମ୍ସ ଆଣ୍ଡରସନ୍-୧/୪୭, ସାମ କରନ୍-୧/୫୧)। ଇଂଲଣ୍ଡ ଦ୍ବିତୀୟ ପାଳି: ୪୧ ଓଭରରେ ୧୨୧/୧ (ରୋରି ବର୍ନସ-୭୭*, ଡିପି ସିବଲେ-୨୯, ଜୋ ଡେନଲି-୧୦*, କେଶବ ମହାରାଜ-୧/୧୬)।
Follow Us