କରୁଣାରତ୍ନେଙ୍କ ଶତକ; ଶ୍ରୀଲଙ୍କା ୩/୨୫୪

Advertisment
କରୁଣାରତ୍ନେଙ୍କ ଶତକ; ଶ୍ରୀଲଙ୍କା ୩/୨୫୪

ଦୁବାଇ: ସ୍ପିନର ୟାସିର୍‌ ଶାହାଙ୍କ ଯୁଗଳ ଝଟ୍‌କା ସତ୍ତ୍ୱେ ଦିମୁତ୍‌ କରୁଣାରତ୍ନେଙ୍କ ଶତକୀୟ ପାଳି ବଳରେ ଶ୍ରୀଲଙ୍କା ଦଳ ଏଠାରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ (ଦିବାରାତ୍ର) ଟେଷ୍ଟର ପ୍ରଥମ ଦିବସରେ ସମ୍ମାନ ହାତେଇ ନେଇଛି। କୌଶଲ୍‌ ସିଲ୍‌ଭା (୨୭), ସାଦିରା ସମରବିକ୍ରମା (୩୮) ଓ କୁସାଲ୍‌ ମେଣ୍ଡିସ୍‌ (୧) ଦଳୀୟ ସ୍କୋର୍‌ ୧୩୬ (୩୭.୧ ଓଭର) ବେଳକୁ ପାଭିଲିୟନ୍‌ ଫେରିଯାଇଥିଲେ। ହେଲେ କରୁଣାରତ୍ନେ ଗୋଟିଏ ପଟେ ଅବିଚଳିତ ଭାବେ ଖେଳି ଶତକ ପୂରଣ କରିଥିଲେ। ତାଙ୍କ ସହିତ ଅଧିନାୟକ ଦୀନେଶ ଚାନ୍ଦିମଲ୍‌ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୧୮ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଛନ୍ତି। କରୁଣାରତ୍ନେ ୧୩୩ ଓ ଚାନ୍ଦିମଲ୍‌ ୪୯ ରନ୍‌ରେ ଅପରାଜିତ ରହିଥିଲା ବେଳେ ଶ୍ରୀଲଙ୍କା ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୯୦ ଓଭର ଖେଳି ୩ ଓ୍ଵିକେଟ୍‌ ବିନିମୟରେ ୨୫୪ ରନ୍‌ କରିନେଇଛି। ୟାସିର୍‌ ଶାହା ୨ ଓ ଦ୍ରୁତ ବୋଲର ମହମ୍ମଦ ଆମୀର ଗୋଟିଏ ଓ୍ଵିକେଟ୍‌ ଦଖଲ କରିଥିଲେ ମଧ୍ୟ ପାକିସ୍ତାନ ବୋଲରମାନେ ଦିନର ଶେଷ ୫୩ ଓଭରରେ ଗୋଟିଏ ଓ୍ଵିକେଟ୍‌ ପାଇଁ ସଂଘର୍ଷ କରିଥିଲେ। ଏପରିକି କରୁଣାରତ୍ନେ ଓ ଚାନ୍ଦିମଲ୍‌ ଯୋଡ଼ି ଭାଙ୍ଗିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe